ଅନ୍ୟାନ୍ୟ

ନିଃଶୁଳ୍କ ଓ ନିଶ୍ଚିତ ଶିକ୍ଷା ଉପରେ ସଚେତନତା କର୍ମଶାଳା

By Biswaranjan Pattnaik

January 10, 2026

ଅନୁଗୁଳ: ସ୍ଥାନୀୟ ଟାଉନ ହାଇସ୍କୁଲ ପରିସରରେ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପାଇଁ ନିଃଶୁଳ୍କ ଓ ନିଶ୍ଚିତ ଶିକ୍ଷା ଉପରେ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଥିଲା।ଅନୁଗୁଳ ବ୍ଲକ ଶିକ୍ଷା ଅଧିକାରୀ ଅଶୋକ କୁମାର ପ୍ରଧାନ ମୁଖ୍ୟ ଅତିଥି ରୂପେ କର୍ମଶାଳାକୁ ଉଦ୍ଘାଟନ କରିଥିଲେ। ବ୍ଲକ୍ ଏମ.ଆଇ.ଏସ ସଂଯୋଜକ କାଦମ୍ବିନୀ ଦାସ ଏହି କର୍ମଶାଳାରେ ଯୋଗ ଦେଇ ଘରୋଇ ସ୍କୁଲ ପ୍ରିଂସିପଲ ତଥା ସେମାନଙ୍କ ପ୍ରତିନିଧି ମାନଙ୍କୁ ଅନ୍ ଲାଇନରେ ସ୍କୁଲ ପଞ୍ଜିକରଣ ଠାରୁ ଆରମ୍ଭ କରି ଆର.ଟି.ଇରେ ଦଳିତ ଏବଂ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ପିଲାଙ୍କୁ କିଭଳି ମାଗଣା ଶିକ୍ଷା ଦେବେ ସେ ସମ୍ପର୍କରେ ବିଶଦ ଭାବେ ବୁଝାଇଥିଲେ। ଏଥିପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ପିଲା ମାନେ କେବେ ନାମ ପଞ୍ଜିକରଣ କରିବେ, କେବେ ଲଟେରୀ ମାଧ୍ୟମରେ କେଉଁ ପିଲାଙ୍କୁ କେଉଁ ସ୍କୁଲରେ ମାଗଣା ଆଡ଼ମିଶନ ମିଳିବ ତାହା ବୁଝାଇ ଦିଆଯାଇଥିଲା।

୬ ରୁ ୧୪ ବର୍ଷ ପିଲାଙ୍କ ପାଇଁ ଏହି ବ୍ୟବସ୍ଥା ଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ଏଥିରେ ଅବହେଳା କଲେ ଜିଲ୍ଲା ଶିକ୍ଷା ବିଭାଗ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବୋଲି ପରାମର୍ଶ ଦିଆଯାଇଥିଲା ।