ଅନୁଗୁଳ: କରୋନା ସଂକ୍ରମଣ ରୋକିବା ପାଇଁ ମଙ୍ଗଳବାର ବଅଁରପାଳ ସାପ୍ତାହିକ ହାଟ ଦୁଇଟି ଜାଗାରେ ଅନୁଷ୍ଠିତ ହୋଇଛି। ପୁରୁଣାହାଟରେ ଆଳୁ, ପିଆଜ ବ୍ୟବସାୟୀ ଓ ବଅଁରପାଳ ହାଇସ୍କୁଲ ପଡ଼ିଆରେ ଅନ୍ୟ ବେପାରୀଙ୍କୁ ବସାଯାଇଥିଲା। ମାସ୍କ ପିନ୍ଧିବା, ଦୋକାନ ଆଗରେ ଗହଳି ନକରି ପରସ୍ପରଠାରୁ ଅତି କମ୍ରେ ୬ ଫୁଟ ଦୂରତା ରଖିବା, ୨ ଚକିଆ ଓ ୩ ଚକିଆ ଗାଡ଼ି ଜାତୀୟ ରାଜପଥ ପାର୍ଶ୍ବରେ ନିର୍ଦ୍ଧାରିତ ସ୍ଥାନରେ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଥିଲା। ହାଟର ଉଭୟ ସ୍ଥାନରେ ପୁଲିସ ମୁତୟନ ହୋଇଥିଲେ। ଆଗାମୀ ଦିନରେ କଡ଼ାକଡ଼ି ଭାବେ ମାସ୍କ ଯାଞ୍ଚ କରାଯିବ ଏବଂ କରୋନା କଟକଣା ମାନୁନଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି ବଅଁରପାଳ ଥାନାଧିକାରୀ ସୁନିଲ କର ସୂଚନା ଦେଇଛନ୍ତି।