ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ନୂତନ ସଭାପତି ବବିତା ପ୍ରଧାନ: ମହିଳା ସଶକ୍ତୀକରଣ କ୍ଷେତ୍ରରେ ନୂତନ ଅଧ୍ୟାୟ

By Angul TV Bureau

February 15, 2026

ଅନୁଗୁଳ: ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବବିତା ପ୍ରଧାନଙ୍କୁ ଅନୁଗୁଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାପତି ଭାବେ ନିଯୁକ୍ତି ମିଳିଛି। ଏହି ନିଯୁକ୍ତି ପରେ ଜିଲ୍ଲା ବିଜେଡି ଶିବିରରେ ଉତ୍ସାହ ପ୍ରକାଶ ପାଇବା ସହ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ପରିପ୍ରେକ୍ଷୀରେ ଆଜି ତାଳଚେର ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ବ୍ରଜକିଶୋର ପ୍ରଧାନ, ଅନୁଗୁଳର ପୂର୍ବତନ ବିଧାୟକ ରଜନୀକାନ୍ତ ସିଂହ ଏବଂ ଛେଣ୍ଡିପଦାର ପୂର୍ବତନ ବିଧାୟକ ସୁଶାନ୍ତ କୁମାର ବେହେରା ଶ୍ରୀମତୀ ପ୍ରଧାନଙ୍କୁ ସାକ୍ଷାତ କରି ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।

ଏଥିସହିତ ପୂର୍ବତନ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ଉପ-ସଭାପତି ସନ୍ତୋଷ କୁମାର ପ୍ରଧାନଙ୍କ ସମେତ ଦଳର ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ରହି ଶ୍ରୀମତୀ ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଶ୍ରୀମତୀ ପ୍ରଧାନଙ୍କ ନେତୃତ୍ୱ, କାର୍ଯ୍ୟଦକ୍ଷତା ଏବଂ ଦଳ ପ୍ରତି ଥିବା ତାଙ୍କର ନିଷ୍ଠା ଆଗାମୀ ଦିନରେ ଅନୁଗୁଳ ଜିଲ୍ଲାରେ ବିଜୁ ଜନତା ଦଳର ସାଙ୍ଗଠନିକ ସ୍ଥିତିକୁ ଆହୁରି ସୁଦୃଢ଼ କରିବ ବୋଲି ନେତୃବୃନ୍ଦ ଆଶା ପ୍ରକାଶ କରିଛନ୍ତି। ବିଶେଷ କରି ମହିଳା ସଶକ୍ତୀକରଣ ଏବଂ ସାମାଜିକ ଉନ୍ନତିମୂଳକ କାର୍ଯ୍ୟରେ ତାଙ୍କର ଭୂମିକା ଉଲ୍ଲେଖନୀୟ ହେବ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଛି।