ଘଟଣା ଓ ଦୁର୍ଘଟଣା

ପାଣିରେ ବୁଡ଼ି ଶିଶୁ ମୃତ

By Biswaranjan Pattnaik

July 02, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଗଞ୍ଜଡ଼ା ଗାଁର ଜେହବ ଚନ୍ଦ୍ର ସାହୁଙ୍କ ସାତ ବର୍ଷର ଝିଅ ସୋନାଲି ସାହୁ ଆଜି ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି। ଆଜି ରବିବାର ସ୍କୁଲ ଛୁଟି ଥିବାରୁ ଦିନ ବେଳା ସୋନାଲି ଏକୁଟିଆ ଘର ପଛପଟେ ଥିବା ପୋଖରୀକୁ ଚାଲି ଯାଇଥିଲେ। ତେବେ ଗୋଡ଼ ଖସି ଯିବାରୁ ସମ୍ଭବତଃ ସୋନାଲି ଗଭୀର ପାଣିକୁ ଯାଇଥିଲେ ଓ ବୁଡ଼ି ଯାଇଥିଲେ। କିଛି ସମୟ ପରେ ସୋନାଲି ନ ଫେରିବାରୁ ପୋଖରୀରେ ଖୋଜା ଖୋଜି କରି ଶବ ଉଦ୍ଧାର କରି ଅନୁଗୁଳ ଡାକ୍ତରଖାନା ନେଇଥିଲେ। ଏଠାରେ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।