ମୁଖ୍ୟ ଖବର

ପୁଣି ଆଖି ବୁଜିଲା ଗଜରାଜ, ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ

By Angul TV Bureau

June 28, 2022

ଅନୁଗୁଳ: ପୁଣିଥରେ ଆଖି ବୁଜିଲା ଗଜରାଜ। ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ କୁଶଖଲି ଜଙ୍ଗଲରେ ଆଜି ସକାଳେ ଏକ ହାତୀ ଛୁଆର ମୃତ୍ୟୁ ଘଟିଛି। ମୃତ ହାତୀର ବୟସ ୪ ବର୍ଷ ହୋଇଥିବା କୁହାଯାଉଛି।

ରିପୋର୍ଟ ମୁତାବକ, ମୃତ ହାତୀ ଛୁଆ ରକ୍ତହୀନତାର ଶିକାର ହୋଇଥିଲା। ଏଣୁ ବନ ବିଭାଗ ପକ୍ଷରୁ ଗତକାଲିଠାରୁ ତାର ଚିକିତ୍ସା ଆରମ୍ଭ ହୋଇଥିଲା। କିନ୍ତୁ ଆଜି ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ ହୋଇଥିବା ସାତକୋଶିଆ ଡିଏଫଓ ସରୋଜ ପଣ୍ଡାଙ୍କ ସୂଚନା ଦେଇଛନ୍ତି।