ଅନ୍ୟାନ୍ୟ

ହାତୀ ଛୁଆ ଉଦ୍ଧାର

By Angul TV Bureau

October 29, 2021

ଅନୁଗୁଳ: ଅନୁଗୁଳ ବନାଞ୍ଚଳ ପୁରୁଣାଗଡ଼ ରେଞ୍ଜ ଅନ୍ତର୍ଗତ ବାଲିଜେରେଙ୍ଗ ଗ୍ରାମ ନିକଟରୁ ଏକ ହାତି ଛୁଆ ଶୁକ୍ରବାର ଉଦ୍ଧାର ହୋଇଛି। ସକାଳେ ଏକ ହାତୀ ଛୁଆ ହାତୀପଲ ଠାରୁ ଅଲଗା ହୋଇ ବାଲିଜେରେଙ୍ଗ ଗାଁରେ ଏଣେତେଣେ ବୁଲୁଥିଲା ବେଳେ ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ପହଞ୍ଚି ହାତୀ ଛୁଆଟିକୁ ଜଙ୍ଗଲ ଭିତରକୁ ପଠାଇବା ପାର୍ଇ ଉଦ୍ୟମ କରିଥିଲା। ତେବେ ଅପରାହ୍ନ ପର୍ଯ୍ୟନ୍ତ ପ୍ରାୟ ୧୦ମାସର ହାତୀ ଛୁଆଟି ଜଙ୍ଗଲ ଭିତରକୁ ଯାଇଥିଲା। ହାତୀ ଛୁଆର ଗତିବିଧି ଉପରେ ବନ ବିଭାଗ କର୍ମଚାରୀ ନଜର ରଖିଛି।