ମୁଖ୍ୟ ଖବର

ଗୋଠଛଡ଼ା ଛୁଆକୁ ସାଙ୍ଗରେ ନେଲେନି ହାତୀ ଦଳ, ଅସୁସ୍ଥ ଅବସ୍ଥାରେ ଉଦ୍ଧାର କଲା ବନ ବିଭାଗ

By Angul TV Bureau

January 05, 2024

ଅନୁଗୁଳ: ଗୋଠ ଛଡ଼ା ହାତୀ ଛୁଆକୁ ଆଉ ସାଙ୍ଗରେ ମିଶାଉନାହାନ୍ତି ଦଳ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ପଞ୍ଚାୟତ ଗଣ୍ଠିଗାଡ଼ିଆ ଗ୍ରାମରେ।

ଏଠାରେ ଗତ କାଲି ଏକ ଚାରି ମାସର ହାତୀ ଛୁଆ ଗୋଠ ଛଡ଼ା ହୋଇ ଗାଁ ଭିତରେ ବୁଲୁଥିଲା। ଗାଁର କିଛି ଲୋକ ତା ସହ ଖେଳିବା ସହ ଖାଇବାକୁ ଖାଦ୍ୟ ଓ ପିଇବାକୁ ପାଣି ଦେଇଥିଲେ। ଏନେଇ ସନ୍ଧ୍ୟାରେ ବନ ବିଭାଗ ଖବର ପାଇ ଗଣ୍ଠି ଗାଡ଼ିଆ ପହଞ୍ଚି ହାତୀ ଛୁଆକୁ ଉଦ୍ଧାର କରିଥିଲେ। ସେମାନେ ଛୁଆ ହାତୀକୁ ନେଇ ବଡ଼ଖଳି କାଲୁଣିପୁତା ବନ୍ଧ ପାଖ ହାତୀ ଗୋଠରେ ଛାଡିଥିଲେ। କିନ୍ତୁ ହାତୀ ଦଳ ହାତୀ ଛୁଆକୁ ସାଙ୍ଗରେ ନନେଇ ପଳାଇ ଯାଇ ଥିଲେ। ରାତି ସାରା ହାତୀ ଛୁଆ ଏଣେ ତେଣେ ବୁଲି ଆଜି ସକାଳେ ନୂଆହତା ଗଡ଼ସାହି ପଛପାଖରେ ଜଙ୍ଗଲରେ ଅସୁସ୍ଥ ହୋଇ ପଡିଥିବା ସ୍ଥାନୀୟ ଲୋକ ଦେଖି ବନବିଭାଗକୁ ଜଣାଇଥିଲେ। ବନ ବିଭାଗ ପହଞ୍ଚି ଛୁଆ ହାତୀକୁ ଉଦ୍ଧାର କରି ଚିକିତ୍ସା କରୁଛି। ଏବେ ହାତୀଟି ଧୀରେ ଧୀରେ ସୁସ୍ଥ ହେଉଥିବା ଅନୁଗୁଳ ଡିଏଫଓ କହିଛନ୍ତି।