ଘଟଣା ଓ ଦୁର୍ଘଟଣା

ଖେଳୁଥିବା ବେଳେ କରେଣ୍ଟ ଲାଗି ଶିଶୁ କନ୍ୟା ମୃତ

By Angul TV Bureau

June 12, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ଭେଜିଡିହ ଗାଁରେ ବିଦ୍ୟୁତ୍ ଆଘାତରେ ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ମୃତ ଶିଶୁ କନ୍ୟା ହେଲେ ପ୍ରଦୀପ ନାଏକଙ୍କ ଝିଅ ସାଲେନି ନାଏକ(୭)।

ସୂଚନା ମୁତାବକ, ଭେଜିଡିହ ଗାଁର ପ୍ରଦୀପ ନାଏକଙ୍କ ଝିଅ ସାଲୋନୀ ଗାଁ ଦାଣ୍ଡରେ ଖେଳୁଥିଲେ। ଏହି ସମୟରେ ସେ ପଡ଼ୋଶୀ ଦୁଃଖୀ ନାଏକ ପୋଟଳ ଚାଷ କରିବା ପାଇଁ ପକାଇଥିବା ହୁକ ସଂସ୍ପର୍ଶରେ ଆସିଥିଲେ। ଘଟଣାସ୍ଥଳରେ ହିଁ ସାଲେନି ଅଚେତ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାଗଡ଼ିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।