ଅନୁଗୁଳ:ଅନୁଗୁଳ ହୁଲୁରସିଂହା ବଢି ପାଣି ମଝିରେ ଫସିଲେ ବୃଦ୍ଧା । ଉଦ୍ଧାର କରିବାକୁ ଯାଇ ନାଳ ମଝିରେ ଥିବା ପଥରରେ ଅଟକି ରହିଲେ ଯୁବକ। ସୂଚନା ମୁତାବକ, ହୁଳୁରୁସିଂହା ଦେଇ ପ୍ରବାହିତ ଲିଙ୍ଗରା ନାଳରେ ଦୁଇ ଜଣ ଫସି ଯାଇଥିଲେ । ମଙ୍ଗଳବାର ସକାଳେ ଜଣେ ବୃଦ୍ଧା ନାଳକୁ ଶୌଚ ହେବାକୁ ଯାଇଥିବା ବେଳେ ବଢିପାଣି ମାଡି ଆସିଥିଲା। ବୃଦ୍ଧା ଜଣଙ୍କ ପ୍ରାଣ ବିକଳରେ ଏକ ପଥର ଉପରକୁ ଚଢି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବା ପାଇଁ ଜଣେ ଯୁବକ ସାହସ ବାନ୍ଧି ପହଁରି ପହଁରି ବୃଦ୍ଧାଙ୍କ ପାଖରେ ପହଂଚିଥିଲେ । ହେଲେ ସେ ମଧ୍ୟ ଫସି ଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଲା। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦୁଇ ଘଣ୍ଟା କାଳ କସରତ କରିବା ପରେ ବୃଦ୍ଧା ଓ ଯୁବକଙ୍କୁ ଉଦ୍ଧାର କରିଥିଲେ ।