ଅନୁଗୁଳ: ଅନୁଗୁଳ ବ୍ଲକ ଇଙ୍କରବନ୍ଧ ରାଧାକୃଷ୍ଣ ମନ୍ଦିର ପରିସର ପାଲାମଣ୍ଡପ ଠାରେ ଶତବାର୍ଷିକ ବାଦିପାଲା ମହୋତ୍ସବ ଉଦଘାଟିତ ହୋଇଛି। ୧୦୦ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଉଥିବା ଏହି ବାଦିପାଲାରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଇଙ୍କରବନ୍ଧ ସରପଞ୍ଚ ଶ୍ରୀବତ୍ସ ସାହୁ, ବସଲା ସରପଞ୍ଚ ଚନ୍ଦନ ସାହୁ, କାମ୍ଭୁନାଥ ବେହେରା ଯୋଗଦେଇ ଉଦଘାଟନ କରିଥିଲେ।୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବାଦି ପାଲାରେ ଗାୟିକା କଳକଣ୍ଠି ଗୌରୀବାଳା ସ୍ୱାଇଁ ପାରାଦ୍ଵୀପ ଓ ଗାୟିକା ବାଗ୍ନିବାଣୀ ସୁଶ୍ରୀ ଉର୍ମିଳା ସାହୁ ବାଲୁଗାଁ ମଧ୍ୟରେ ପ୍ରତିଦ୍ୱନ୍ଦ୍ବିତା ହେବ। ଗ୍ରାମବାସୀଙ୍କ ତରଫରୁ ୫ଦିନ ପର୍ଯ୍ୟନ୍ତ ସମସ୍ତ ଦର୍ଶକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି। ଗାଁ ସଭାପତି ଦୟାନିଧି ଦାସ, ସଂପାଦକ ମନୋଜ ସାହୁ, କୋଷାଧ୍ୟକ୍ଷ ମଙ୍ଗୁଳୁ ନାୟକ, ଅଶୋକ ସାହୁ, ସର୍ବେଶ୍ଵର ପ୍ରଧାନଙ୍କ ସମେତ ଗ୍ରାମବାସୀ ମାନେ ୫ଦିନ ଧରି ସମସ୍ତ ସହଯୋଗ ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କାମ କରିବେ ବୋଲି ଗାଁ ସଭାପତି ପ୍ରକାଶ କରିଛନ୍ତି।