ଅନୁଗୁଳ: ସତ୍ୟନାରାୟଣ ପୂଜା କମିଟି,ହୁଲୁରିସିଂହା ପକ୍ଷରୁ ବାଦି ପାଲା ମହୋତ୍ସବର ୭୫ ବର୍ଷ ପୁର୍ତ୍ତି ଅବସରରେ ଏକ ସମାରୋହ ଆୟୋଜିତ ହୋଇଯାଇଛି ଗତ ମଇ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଗତ ୧୧ ତାରିଖ ସନ୍ଧ୍ୟାରେ ଉଦଯାପିତ ହୋଇଥିଲା। ଓଡିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ସମାରୋହକୁ ଉଦଘାଟନ କରିଥିଲେ। ବାଦି ପାଲା ଭଳି ପ୍ରାଚୀନ ସଂସ୍କୃତିକୁ କମିଟି ସଦସ୍ୟମାନେ ଗତ ୭୫ ଧରି ସଫଳତାର ସହ ଆୟୋଜନ କରିଥିବାରୁ ସାଧୁବାଦ ଜଣାଇଥିଲେ।ସମ୍ମାନିତ ଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ,ସଂସ୍କୃତି ଓ ଅବକାରୀ ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଓ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଯୋଗ ଦେଇ ଓଡ଼ିଶାରେ ପାଲା ସଂସ୍କୃତିର ସାମାଜିକ ଉପାଦେୟତା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୁର୍ବତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ଯୋଗ ଦେଇ ପ୍ରାଚୀନ ପାଲା ସାହିତ୍ୟରେ ଆଧୁନିକ ସାହିତ୍ୟର କିଭଳି ମିଶ୍ରଣ ହେଉଛି ତାହା ବର୍ଣନା କରିଥିଲେ।ସମାରୋହରେ କମିଟିର ପୂର୍ବତନ ସଭାପତି ଏବଂ ବର୍ତମାନର କର୍ମକର୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କମିଟିର ସଭାପତି ବିକ୍ରମ କେଶରୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକାରୀ ସଭାପତି ପ୍ରକାଶ କୁମାର ପ୍ରଧାନ,ଉପସଭାପତି ନୀଳାଞ୍ଚଳ ପ୍ରଧାନ,ସାଧାରଣ ସମ୍ପାଦକ ଅନୀଲ ପ୍ରଧାନ,ସହ ସମ୍ପାଦକ ସନତ ସାହୁ,ପ୍ରତାପ କୁମାର ପ୍ରଧାନ,କୋଷାଧ୍ୟକ୍ଷ ଫାଲଗୁନି ପ୍ରଧାନ ଏବଂ ଆବାହକ ନୀଳମଣି ଦେହୁରୀ ସମାରୋହ ପରିଚାଳନା କରିଥିଲେ । ଶେଷରେ ନୟାଗଡ଼ର ରମେଶ ଚନ୍ଦ୍ର ପଣ୍ଡା ଓ ସାଥି ଏବଂ ପୁରୀର ପ୍ରମୋଦ କୁମାର ସାହୁ ଓ ସାଥି ବାଦି ପାଲା ପରିବେଷଣ କରିଥିଲେ।