ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା କର୍ଣ୍ଣପାଳ ଛକ ନିକଟରେ ବାଇକରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ଛେଣ୍ଡିପଦା ଥାନା ମାଛକୁଟା ଗ୍ରାମର ପ୍ରବୀଣ ସାହୁ।
ସୂଚନା ମୁତାବକ, ପ୍ରବୀଣ ସାହୁ ଶନିବାର ଅପରାହ୍ନରେ କାମ ସାରି କଣଲୋଇ ଗାଁରୁ ନିଜ ବାଇକରେ ଘରକୁ ଫେରୁଥିବା ବେଳେ କର୍ଣ୍ଣପାଳ ଛକ ଠାରେ ହମ୍ପସରେ ଭାରସାମ୍ୟ ହରାଇ ରାସ୍ତାରେ ପଡ଼ିଯାଇଥିଲେ। ଗୁରୁତର ପ୍ରବୀଣଙ୍କୁ ସ୍ଥାନୀୟ ଲୋକ ୧୦୮ ଆମ୍ବୁଲାନ୍ସ ଜରିଆରେ ଛେଣ୍ଡିପଦା ମେଡିକାଲରେ ଭର୍ତ୍ତି କରିଥିଲେ। ପ୍ରବୀଣଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିବାରୁ ଡାକ୍ତର ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ପହଞ୍ଚି ଶବକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।