ମୁଖ୍ୟ ଖବର

ନୂଆଦିଲ୍ଲୀ ହ୍ୟାଣ୍ଡଲୁମ୍ ହାଟରେ ବାଗେଡିଆର ମାଣ୍ଡିଆ ଖାଦ୍ୟ

By Biswaranjan Pattnaik

July 09, 2025

ଅନୁଗୁଳ: ନୂଆଦିଲ୍ଲୀର ଜନପଥରେ ଆଜିଠାରୁ ଆୟୋଜିତ ହେଉଛି ହ୍ୟାଣ୍ଡଲୁମ୍ ହାଟ। ଦେଶର ବିଭିନ୍ନ ଜିଲ୍ଲା ମିନେରାଲ ଫାଉଣ୍ଡେସନ ସହଯୋଗରେ ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ତିଆରି କରୁଥିବା ବିଭିନ୍ନ ଉତ୍ପାଦ ଏଠାରେ ପ୍ରଦର୍ଶିତ କରାଯାଉଛି। କେନ୍ଦ୍ର ଖଣି ମନ୍ତ୍ରୀ ଜି କିଶନ ରେଡି ଏହି ହାଟକୁ ଉଦ୍ଘାଟନ କରିଛନ୍ତି। ଏହି ମେଳାରେ ସ୍ଥାନ ପାଇଛି ବାଗେଡିଆର ଶଙ୍ଖଜ୍ୟୋତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ଵାରା ତିଆରି ବିଭିନ୍ନ ମାଣ୍ଡିଆ ଖାଦ୍ୟ।

ମାୟା ତୁଳସୀୟାନଙ୍କ ତତ୍ତ୍ଵାବଧାନରେ ଏହି ଗୋଷ୍ଠୀ ଗୁଣାତ୍ମକ ମାନର କୁକିଜ,ଲଡୁ,ଭୂଜିଆ,ବିସ୍କୁଟ, କେକ୍ ଆଦି ପ୍ରଦର୍ଶନୀରେ ରଖିଛନ୍ତି। ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ଏହି ଗୋଷ୍ଠୀକୁ ସହାୟତା ଯୋଗାଇ ଦିଆଯାଇଛି। ଦିଲ୍ଲୀର ପ୍ରଦର୍ଶନୀକୁ ବୁଲି ଆସୁଥିବା ଗ୍ରାହକ ମାନେ ମାଣ୍ଡିଆର ବିଭିନ୍ନ ଉତ୍ପାଦ ସବୁକୁ ଆଗ୍ରହର ସହ କିଣି ନେଉଥିବା ଦେଖିବାକୁ ମିଳୁଛି।