ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପୁରୁଣା କ୍ୱାର୍ଟର ଗୁଡ଼ିକ ରବିବାର ସନ୍ଧ୍ୟାରେ ଭଙ୍ଗା ବେଳେ ଜଣେ ଅବସରପ୍ରାପ୍ତ ଫର୍ମାସିଷ୍ଟଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଔଷଧ ବାହାରିଥିଲା। ଶିଶୁ ମାନକ ପାଇଁ ଉଦ୍ଦିଷ୍ଟ ଫଲିକ ଏସିଡ ଏବଂ ଭିଟାମିନ ଏତେ ପରିମାଣରେ କିଏ ଏବଂ କାହିଁକି ଏଠି ଗଦେଇ ରଖିଥିଲା ତାହା ଜଣା ପଡ଼ିନାହିଁ। ଜଣେ ଫାର୍ମାସିଷ୍ଟ ନିଜ ଘରେ ଏଭଳି ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଔଷଧ ଗଦେଇ ରଖିବା ପରେ ଅବଶିଷ୍ଟ ଔଷଧକୁ ଅନ୍ୟ ଗୋଟିଏ ପରିତ୍ୟକ୍ତ କ୍ୱାର୍ଟରରେ ରଖିଥିଲେ। ଅତିତରେ ଏ ବିଷୟ ଗଣ ମାଧ୍ୟମରେ ବାହାରିବ ଥିଲା। ସେତେବେଳେ ମେଡିକାଲ କର୍ତ୍ତୃପକ୍ଷ ରାତି ଅଧିଆ କିଛି ସାଲ।ଇନ, ଔଷଧ ପୋତିଦେଇଥିବା ଅଭିଯୋଗ ହୋଇଥିଲା। ତେବେ କଥା ଉଠୁଛି ଏତେ ପରିମାଣର ଔଷଧ ଲୋକଙ୍କୁ ଦିଆ ନଯାଇ କ’ଣ ପାଇଁ ଗଦା କରି ରଖା ଯାଇଥିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାର ତଦନ୍ତ କରି ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି।