ମୁଖ୍ୟ ଖବର

ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ିଲେ ମହାବାହୁ, ଜିନ୍ଦଲ ନଗରରେ ଭକ୍ତିମୟ ପରିବେଶ

By Biswaranjan Pattnaik

July 15, 2024

ଅନୁଗୁଳ: ଦେବଭୂମିରେ ବାହୁଡ଼ା ଯାତ୍ରା ଆଧ୍ୟାତ୍ମିକ ଏବଂ ଭକ୍ତିପୂର୍ଣ୍ଣ ପରିବେଶରେ ହଜାର ହଜାର ଶ୍ରଦ୍ଧାଳୁ ସମାବେଶରେ ସମ୍ପନ୍ନ ହୋଇଛି। ଏ ଅବସରରେ ଶ୍ରୀ ଜିଉ ମାନେ ଗୁଣ୍ଡିଚା ମନ୍ଦିରରୁ ଦେବଭୂମି ସ୍ଥିତ ଶ୍ରୀ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ।

ସକାଳ ବେଳା କୁରୁକ୍ଷେତ୍ର ସଂସଦୀୟ କ୍ଷେତ୍ରର ସାଂସଦ ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ ଏବଂ ତାଙ୍କ ଧର୍ମପତ୍ନୀ ତଥା ଜେଏସପି ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ ସମ୍ପୂର୍ଣ୍ଣ ସମର୍ପଣ ଭାବ ସହ ପହଣ୍ଡି ବିଧି ଏବଂ ଛେରା ପହଁରା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ନବୀନ ଜିନ୍ଦଲ ଏବଂ ଶାଲୁ ଜିନ୍ଦଲ ପୁଷ୍ପ ଏବଂ ଜଳ ସିଞ୍ଚନ କରି ତିନି ରଥକୁ ଶୋଧନ କରିଥିଲେ।

ଏଥିପୂର୍ବରୁ ବଡି ଭୋର ପାଞ୍ଚଟା ସମୟରେ ମନ୍ଦିରର ଦ୍ଵାର ଫିଟା ପରେ ମଙ୍ଗଳ ଆରତୀ,ମଇଲମ୍,ତଡ଼ପ ଲାଗି,ଅବକାଶ ନୀତି ଏବଂ ଅନ୍ୟାନ୍ୟ ନୀତିକାନ୍ତି ମନ୍ଦିରର ମୁଖ୍ୟ ପୂଜକ ଶ୍ରୀକାନ୍ତ ଜି ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା।

ବାହୁଡ଼ା ଯାତ୍ରା ଅବସରରେ ଜିନ୍ଦଲ ନଗର ବାସିନ୍ଦାଙ୍କ ସମେତ ଆଖପାଖ ଗ୍ରାମ ଗୁଡ଼ିକରୁ ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳିଥିଲା। ଭକ୍ତମାନେ ଶ୍ରୀ ଜଗନ୍ନାଥ,ଭଉଣୀ ସୁଭଦ୍ରା ଏବଂ ବଡ ଭାଇ ବଳଭଦ୍ର ଙ୍କ ରଥ ଗୁଡ଼ିକୁ ଉତ୍ସାହ ଉଦ୍ଦୀପନାର ସହ ଟାଣି ଥିଲେ।

ଶ୍ରୀଜୀଉମାନେ ହରିଶୟନ ଏକାଦଶୀ ଏବଂ ସୁନାବେଶରେ ବୁଧବାର ଦିନ ଭକ୍ତ ମାନଙ୍କୁ ଦେଖାଦେବେ। ଗୁରୁବାର ଦିନ ଅଧରପଣା ପରେ ଶୁକ୍ରବାର ଦିନ ଶ୍ରୀଜୀଉ ମାନେ ରତ୍ନ ସିଂହାସନ ରେ ବିଜେ କରିବେ।