ମୁଖ୍ୟ ଖବର

ବାହୁଡ଼ିଲେ ଚକା ଆଖି ଭାଇ ଭଉଣୀଙ୍କୁ ଘେନି

By Biswaranjan Pattnaik

June 28, 2023

ଅନୁଗୁଳ: ଆଜି ଶୈଳ ଶ୍ରୀକ୍ଷେତ୍ରରେ ବାହୁଡା଼ ଯାତ୍ରା ଉତ୍ସାହ ଉଦ୍ଦୀପନାର ସହ ସମ୍ପନ୍ନ ହୋଇଛି। ସକାଳୁ ପାରମ୍ପରିକ ନୀତି କାନ୍ତି ସହ ପୂଜାର୍ଚ୍ଚନା ପରେ ମାଉସୀ ମା ମନ୍ଦିରରୁ ପହଣ୍ଡି ଆରମ୍ଭ ହୋଇଥିଲା। ପହଣ୍ଡି ସେବକ ମାନେ ତିନି ଦିଅଁ ଓ ସୁଦର୍ଶନଙ୍କୁ ନାମ ସଙ୍କୀର୍ତ୍ତନ ଘଣ୍ଟ ଘଣ୍ଟା ର ଘୋଷ ମଧ୍ୟରେ ରଥାରୁଢ଼ କରାଇଥିଲେ। ଅପରାହ୍ନ ସାଢେ଼ ବାରଟା ବେଳକୁ ରଥରେ ଛେରା ପହଁରା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହା ପରେ ଅପରାହ୍ନ ପ୍ରାୟ ତିନିଟା ବେଳକୁ ରଥ ତିନିଟାରୁ ଚାର ମାଳ ଫିଟା ଯାଇ ରଥକୁ ଦକ୍ଷିଣ ମୋଡ଼ କରାଯାଇଥିଲା। ଏହାପରେ ଉପସ୍ଥିତ ଆରକ୍ଷୀ ବାହିନୀଙ୍କ ସହାୟତାରେ ଭକ୍ତ ମାନେ ରଥ ତିନୋଟିକୁ ଶ୍ରୀ ମନ୍ଦିର ଅଭିମୁଖେ ଟାଣି ନେଇଥିଲେ। ପାଗ ଅନୁକୂଳ ଥିବାରୁ ହଜାର ହଜାର ଲୋକଙ୍କ ସମାବେଶ ଦେଖିବାକୁ ମିଳିଥିଲା।ପ୍ରବଚକ ବନ୍ଧୁମାନେ ଲାଇଭ ଧାରା ବିବରଣୀ ପ୍ରଦାନ କରିଥିଲେ। ସନ୍ଧ୍ୟା ସାଢ଼େ ସାତଟା ସୁଦ୍ଧା ତିନିରଥ ବଡ଼ ଦାଣ୍ଡରେ ପହଞ୍ଚି ଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା,ଆଲୋକ,ପାନୀୟ ଜଳ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଗୁରୁବାର ସୁନା ବେଶ ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।