ମୁଖ୍ୟ ଖବର

ଭକ୍ତି ଓ ଆଧ୍ୟାତ୍ମିକତାର ମିଳନ: ଜିନ୍ଦଲ ନଗରରେ ବାହୁଡ଼ା ଯାତ୍ରା

By Angul TV Bureau

July 24, 2026

ଅନୁଗୋଳ: ଜିନ୍ଦଲ ନଗର ଦେବଭୂମିରେ ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶ ମଧ୍ୟରେ ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ହଜାର ହଜାର ଶ୍ରଦ୍ଧାଳୁ ବଡ଼ ଠାକୁର ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏହି ଯାତ୍ରାରେ ସାମିଲ ହୋଇଥିଲେ। ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀରୁ ରତ୍ନବେଦୀ ଅଭିମୁଖେ ଯାତ୍ରା କରିଥିଲେ। ଜିନ୍ଦଲ ଷ୍ଟିଲ୍‌ର ଅଧ୍ୟକ୍ଷ ନବୀନ ଜିନ୍ଦଲ ପ୍ରଥମ ସେବକ ଭାବେ ଯାତ୍ରାରେ ଅଂଶଗ୍ରହଣ କରିଥିଲେ। ତାଙ୍କ ସହ ମାତା ସାବିତ୍ରୀ ଜିନ୍ଦଲ, ପତ୍ନୀ ଶାଲୁ ଜିନ୍ଦଲ, କନ୍ୟା ଯଶସ୍ୱିନୀ ଓ ଜ୍ୱାଇଁ ଶାଶ୍ୱତ ସୋମାନୀ ମଧ୍ୟ ଉପସ୍ଥିତ ଥିଲେ।

ଶ୍ରୀ ଜିନ୍ଦଲ ପରିବାର ମୁଖ୍ୟ ପୂଜକଙ୍କ ମାର୍ଗଦର୍ଶନରେ ପୁରୀ ପରମ୍ପରା ଅନୁଯାୟୀ ସମସ୍ତ ନୀତିକାନ୍ତି ସମ୍ପନ୍ନ କରିବା ପରେ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସହ ରଥ ଟାଣିଥିଲେ।ଏହି ଅବସରରେ ଶ୍ରୀ ଜିନ୍ଦଲ କହିଲେ, “ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା। ତାଙ୍କ ଆଶୀର୍ବାଦ ଆମକୁ ସଦା ସଠିକ୍ ପଥରେ ନେଉ।” ସେ ଆହୁରି ସୂଚନା ଦେଲେ ଯେ, ‘ଜିନ୍ଦଲ ଫାଉଣ୍ଡେସନ୍‌ ପୁରୀରେ ଚବିଶ ଘଣ୍ଟିଆ ପ୍ରସାଦ ସେବା କେନ୍ଦ୍ର ଚଳାଇ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ସେବା ଯୋଗାଉଛି। ଗତ ଦଶନ୍ଧି ଧରି ‘ରଥଯାତ୍ରା ସେବା’ କାର୍ଯ୍ୟକ୍ରମ ମାନବିକତା ଓ ଆଧ୍ୟାତ୍ମିକତାର ପ୍ରତୀକ ପାଲଟିଛି’।