ଅନ୍ୟାନ୍ୟ

ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି ତରଫରୁ ପ୍ରସ୍ତୁତି ବୈଠକ

By Angul TV Bureau

November 13, 2021

ଅନୁଗୁଳ: ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ପରିପ୍ରେକ୍ଷୀରେ ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଏଫ୍.ସି.ଆଇ. ଠାରେ ଶନିବାର ବହୁଜନ ସମାଜ ପାର୍ଟି ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ତଥା ଆଇନଜୀବୀ ପ୍ରଫୁଲ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ତାଳଚେର ବିଧାନସଭା କ୍ଷେତ୍ର ସଭାପତି ପ୍ରଦୀପ ଶତପଥ ଉପସ୍ଥିତ ଥିଲେ। ଏହି ଅବସରରେ ନୂତନ କର୍ମକର୍ତା ଚୟନ କରାଯାଇଥିଲା। କଣିହାଁ ବ୍ଲକ ସଭାପତି ଭାବେ ବିଶ୍ବଜିତ୍ ଭୂତିଆ, ତାଳଚେର ବ୍ଲକ ସଭାପତି ଭାବେ ବିଧାନ ନାୟକ, ଅନୁଗୋଳ ଜିଲ୍ଲା ପରିଷଦ ଜୋନ୍-୭ ର ସଭାପତି ଭାବେ ନବକୃଷ୍ଣ ସାହୁ, ଜିଲ୍ଲା ସଂଯୋଜକ ଭାବେ ଗୋକୁଳା ନାୟକ, ଜିଲ୍ଲା ସଂଖ୍ୟାଲଘୁ ସଭାପତି ଭାବେ ବରିଷ୍ଠ ଓକିଲ ଏମ୍.ଡି. ଇକ୍‌ବାଲ୍‌ଙ୍କୁ ଚୟନ କରାଯାଇଛି । ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଦଳର ସଂଗଠନକୁ ମଜବୁତ୍ କରିବା ଏବଂ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଶତାଧିକ ସଦସ୍ୟ ଯୋଗ ଦେଇଥିଲେ ।