ମୁଖ୍ୟ ଖବର

ବାଜି ରାଉତ ଛାତ୍ରାବାସ ପୁରାତନ ଛାତ୍ର ସଂସଦ ନିର୍ବାଚନ: ଶ୍ରୀକାନ୍ତ ସଭାପତି ଓ ଛୋଟରାୟ ସମ୍ପାଦକ ମନୋନୀତ

By Angul TV Bureau

April 26, 2026

​ଅନୁଗୁଳ: ସ୍ଥାନୀୟ ଶାନ୍ତି ମନ୍ଦିର ପରିସରରେ ବାଜି ରାଉତ ଛାତ୍ରାବାସ ପୁରାତନ ଛାତ୍ର ସଂସଦର ନୂତନ କର୍ମକର୍ତ୍ତା ଚୟନ ଉତ୍ସବ ଅନୁଷ୍ଠିତ ହୋଇଛି। କୃଷ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରାବାସ ସଭାପତି ଅନ୍ତର୍ଯ୍ୟାମୀ ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପୁରାତନ ଛାତ୍ର ସଂସଦକୁ ଶିକ୍ଷାନୁଷ୍ଠାନର ମହତ୍ତ୍ୱପୂର୍ଣ୍ଣ ଆଧାରସ୍ତମ୍ଭ ଭାବେ ଅଭିହିତ କରିବା ସହ ସେ ଅନୁଷ୍ଠାନର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

​ଏହି ଅବସରରେ ସର୍ବସମ୍ମତିକ୍ରମେ ଶ୍ରୀକାନ୍ତ ନାୟକଙ୍କୁ ସଂସଦର ନୂତନ ସଭାପତି ଭାବେ ମନୋନୀତ କରାଯାଇଛି। ସେହିପରି ଛୋଟରାୟ ମାଝୀ ସମ୍ପାଦକ ଓ ଯୁବ ଆଇନଜୀବୀ ଅରବିନ୍ଦ ନାୟକ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିସହ ଏକ ପରାମର୍ଶଦାତା ମଣ୍ଡଳୀ ଗଠନ କରାଯାଇ ସେଥିରେ କୃଷ୍ଣା ମହାନ୍ତି, ଆନନ୍ଦ ଚନ୍ଦ୍ର ମହାପାତ୍ର, ଅନ୍ତର୍ଯ୍ୟାମୀ ବରାଳ, ରାଜଲକ୍ଷ୍ମୀ ମହାନ୍ତି ଓ ସୁକାନ୍ତି ମଞ୍ଜରୀ ଚାତମ୍ବାଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। କାର୍ଯ୍ୟକ୍ରମ ଶେଷରେ ଇଂ ସାଗର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସର୍ବାଙ୍ଗୀନ ବିକାଶ ପାଇଁ ନୂତନ କର୍ମକର୍ତ୍ତାମାନେ ସଂକଳ୍ପବଦ୍ଧ ହୋଇଛନ୍ତି।