କ୍ରୀଡ଼ା

ବାଜି ରାଉତ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ, ଗୋଆକୁ ହରାଇ ରାଜସ୍ଥାନ ଚାମ୍ପିୟନ

By Angul TV Bureau

November 09, 2022

ଅନୁଗୁଳ: ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ବାଜି ରାଉତ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ’ର ଫାଇନାଲ୍ ମ୍ୟାଚ ମଙ୍ଗଳବାର ତାଳଚେର ଏମସିଏଲର ବ୍ଲାକ ଡାଇମଣ୍ଡ ଷ୍ଟାଡିୟମ ଠାରେ ଗୋଆ ଓ ରାଜସ୍ଥାନ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚରେ ରାଜସ୍ଥାନ ୟୁନାଇଟେଡ଼ ଦଳ ଗୋଆର ଚର୍ଚିଲ ବ୍ରଦର୍ସକୁ ୫-୩ ଗୋଲରେ ପରାସ୍ତ କରିଥିଲା। ଉଭୟ ଦଳ ପରସ୍ପରକୁ ସମାନ ୨-୨ ଗୋଲ ଦେଇଥିଲେ। ଏହା ପରେ ଉଭୟ ଦଳ ପେନାଲଟି ସର୍ଟ ଆଉଟରେ ଗୋଆ ଦଳ ୩ଟି ଗୋଲ କରିଥିବାବେଳେ ରାଜସ୍ଥାନ ଦଳ ୫ଟି ଗୋଲକରି ଚାମ୍ପିୟନ ହୋଇଛି।

ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଥିବା ବେଳେ ଅତିଥି ଭାବେ ସର୍ବଭାରତୀୟ ଫୁଟବଲ ସଂଘ ଏ.ଆଇ.ଏଫ.ଏଫ ସଭାପତି କଲ୍ୟାଣ ଚୋବେ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ଓ ଏମସିଏଲର ବରିଷ୍ଠ ପଦାଧିକାରୀ ଯୋଗଦେଇଥିଲେ।