କ୍ରୀଡ଼ା

ନଭେମ୍ବର ୩ରୁ ବାଜିରାଉତ କପ ଫୁଟବଲ: କଦମ ପଡ଼ିଆରେ ଖେଳିବେ ଦେଶର ତାରକା ଖେଳାଳୀ

By Biswaranjan Pattnaik

October 29, 2022

ଅନୁଗୁଳ: ଆସନ୍ତା ନଭେମ୍ବର ୩ ତାରିଖରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ଆୟୋଜିତ ହେବ ବାଜିରାଉତ କପ ଫୁଟବଲ ଦୂର୍ଣ୍ଣୋମେଣ୍ଟ । ଉଦ୍‌ଘାଟନୀ ମ୍ୟାଚ ଢେଙ୍କାନାଳରେ ଖେଳାଯିବ। ଅନୁଗୁଳ କଦମ ପଡ଼ିଆରେ ଚାରିଟି ମ୍ୟାଚ ଖେଳାଯିବ। ଫାଇନାଲ ମ୍ୟାଚ ସାଉଥ ବଲଣ୍ଡାରେ ଖେଳାଯିବ।

ଓଡିଶା, ମୁମ୍ବାଇ, ଗୋଆ, କେରଳ, ରାଜସ୍ଥାନ, ଦିଲ୍ଲୀ ଓ ପଶ୍ଚିମବଙ୍ଗର ମହମ୍ମଡାନ ସ୍ପୋର୍ଟିଂ କ୍ଲବ ଭଳି ନାମୀ ଦାମୀ କ୍ଲବ ଏଥିରେ ଅଂଶ ଗ୍ରହଣ କରିବେ। ଖେଳ ଦିନ‌ ଏଗାରଟାରୁ ଦୁଇଟା ଓ ଦୁଇଟାରୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଖେଳାଯିବ। ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିବେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସ୍ଥାନୀୟ ଏକ ହୋଟେଲରେ ଆମେ ଓଡ଼ିଆ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଟୁର୍ଣ୍ଣାମେଣ୍ଟ ବାବଦରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଥିଲା। ବସନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମ୍ପାଦକ ସଂଗ୍ରାମ ପାତ୍ର, ବିରେନ ସାମଲ , ବିଶିଷ୍ଟ ଫୁଟବଲ ଖେଳାଳି ଅରଆଇ ଟିଗାଙ୍କ ସମେତ ଉପଦେଷ୍ଟା ବିଶ୍ୱଜିତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଜନସାଧାରଣ ବହୁସଂଖ୍ୟାରେ ଯୋଗ ଦେବାକୁ ଆୟୋଜକ କମିଟି ଅନୁରୋଧ କରିଛନ୍ତି ।