ଅନ୍ୟାନ୍ୟ

ବେଆଇନ ଗୋଚାଲାଣ ବନ୍ଦ ସହ ଗୋମାତାଙ୍କୁ ରାଷ୍ଟ୍ର ମାତା ଘୋଷଣା ଦାବି: ବଜରଙ୍ଗ ଦଳ ପକ୍ଷରୁ ଏସପି ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ

By Angul TV Bureau

March 02, 2025

ଅନୁଗୁଳ: ଅନୁଗୁଳ ବଜରଙ୍ଗ ଦଳ ପକ୍ଷରୁ ବେଆଇନ ଗୋଚାଲାଣ ବନ୍ଦ ଦାବିରେ ଏସପି ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦାବି ପତ୍ର ପ୍ରଦାନ କରାଯାଇଛି।

ଶନିବାର ବଜରଙ୍ଗ ଦଳ ପକ୍ଷରୁ ଶତାଧିକ କାର୍ଯ୍ୟକର୍ତ୍ତା ଏକ ରାଲି କରି ଏସପି ଅଫିସ ସାମ୍ନାରେ ପହଞ୍ଚିଥିଲେ। ସେଠାରେ ସେମାନେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହ ବେଆଇନ ଗୋଚାଲାଣ, ପୋଲିସ ପ୍ରଶାସନ ଓ ଗୋମାଫିଆଙ୍କ ମଧୁଚନ୍ଦ୍ରିକା ବନ୍ଦ କରି ଗୋମାତାଙ୍କ ସୁରକ୍ଷା ପାଇଁ ତାଙ୍କୁ ରାଷ୍ଟ୍ର ମାତା ଘୋଷଣା ପାଇଁ ଦାବି କରିଥିଲେ।

ଏ ଅବସରରେ ଆନ୍ଦୋଳନକାରୀମାନେ ଗୋମାଫିଆ ସନ୍ତୋଷ ନାଏକ ଓ ତାର ସହଯୋଗୀଙ୍କୁ ଗିରଫ କରିବାକୁ ଦୃଢ଼ ଦାବି କରି ଦାବି ପତ୍ର ପ୍ରଦାନ କରିଥିଲେ। ଏହି ଆନ୍ଦୋଳନ ବେଳେ ଅନେକ ଗୋ-ପ୍ରେମୀ ଉପସ୍ଥିତ ଥିଲେ।