କ୍ରୀଡ଼ା

ଶିମିଳିପାଳରେ ବଜରଙ୍ଗୀ ଫୁଟବଲ କପ୍‌ ଆରମ୍ଭ: ୧୬ ଦଳକୁ ନେଇ ତିନିଦିନିଆ ପ୍ରତିଯୋଗିତା

By Angul TV Bureau

October 20, 2026

ଅନୁଗୋଳ: ଗ୍ରାମାଞ୍ଚଳରେ କ୍ରୀଡ଼ା ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବୃଦ୍ଧି ସହ ଫୁଟବଲ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଅନୁଗୋଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ପେଚାମୁଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶିମିଳିପାଳ ଗ୍ରାମରେ ବଜରଙ୍ଗୀ ଫୁଟବଲ କପ୍‌ ଆରମ୍ଭ ହୋଇଛି।

ବଜରଙ୍ଗୀ ଯୁବକ ସଂଘ ପକ୍ଷରୁ ଶନିବାର ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଅଂଶଗ୍ରହଣ କରୁଥିବାବେଳେ ପ୍ରତିଯୋଗିତା ତିନିଦିନ ଧରି ଚାଲିବ।

ଉଦ୍‌ଘାଟନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ରମେଶ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ରତ୍ନାକର ରାଉତ, ବରିଷ୍ଠ ଶିକ୍ଷାବିତ୍‌ ବିଦ୍ୟାଧର ପ୍ରଧାନ ଓ ସନାତନ ରାଉତ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ଖେଳକୁ ମୁଖ୍ୟ ରେଫରି ତଥା ଖେଳ ଶିକ୍ଷକ ଲକ୍ଷ୍ମଣ ଖିଲାର ପରିଚାଳନା କରିଥିବାବେଳେ ଜିତୁ ଗଡ଼ନାୟକ ଓ ଟୁନା ଗଡ଼ନାୟକ ସହଯୋଗ କରିଥିଲେ। ବଜରଙ୍ଗୀ ଯୁବକ ସଂଘର ଦୁଷ୍ମନ୍ତ ରାଉତ, ଚିନ୍ମୟ ରାଉତ, ଜିତେନ୍ଦ୍ର ଗଡ଼ନାୟକ, ପ୍ରବୀଣ ପ୍ରଧାନ, ଟୁନା ନାଏକ ଓ ସିକି ରାଉତଙ୍କ ସମେତ ସଂଘର ଅନ୍ୟ ସଦସ୍ୟମାନେ ଆୟୋଜନରେ ସହଯୋଗ କରିଥିଲେ।