କ୍ରୀଡ଼ା

ବଜରଙ୍ଗୀ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

By Angul TV Bureau

September 20, 2025

ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡର ପେଚାମୁଣ୍ଡି ଗ୍ରାମ ପଞ୍ଚାୟତର ଶିମିଳିପାଳ ଗ୍ରାମରେ ବଜରଙ୍ଗୀ ଯୁବକ ସଂଘ ଆନୁକୂଲ୍ୟରେ ଷଷ୍ଠ ବାର୍ଷିକ ଅନ୍ତଃଜିଲା ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଛି। ଷୋହଳଟି ଦଳ ଅଂଶଗ୍ରହଣ କରିଥିବା ଏହି ଟୁର୍ନାମେଣ୍ଟ ତିନି ଦିନ ଧରି ଚାଲିବ।

ଉଦଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ରମେଶ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷକ ରତ୍ନାକର ରାଉତ, ବିଦ୍ୟାଧର ସାହୁ ଓ ଯୁବକ ସଂଘ ସଭାପତି ଦୁଷ୍ମନ୍ତ ରାଉତ ଯୋଗ ଦେଇଥିଲେ। କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ରେଫରୀ ଲକ୍ଷ୍ମଣ ଖିଲାର ଖେଳ ପରିଚାଳନା କରିଥିଲେ।