ମୁଖ୍ୟ ଖବର

ବାଲ୍‌ ଜୀବନ ବୀମା ଯୋଜନା: ପୋଷ୍ଟ ଅଫିସରେ ଦିନକୁ ମାତ୍ର ୬ ଟଙ୍କା ଜମା କରି ପିଲା ପାଇଁ ସଞ୍ଚୟ କରନ୍ତୁ ଲକ୍ଷ ଲକ୍ଷ ଟଙ୍କା

By Swagatika Samantray

April 18, 2023

ବର୍ତ୍ତମାନ ସମୟରେ ଯେଉଁ ପରିମାଣରେ ଦରଦାମ୍‌ ବୃଦ୍ଧି ପାଉଛି ଅଭିଭାବକମାନେ ପିଲାଙ୍କ ପାଇଁ ଚିନ୍ତିତ ହୋଇପଡ଼ୁଛନ୍ତି। ଯଦି ଆପଣ ମଧ୍ୟ ପିଲାମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି ଏବଂ ସଞ୍ଜୟ କରିବାକୁ ଚାହୁଁଛନ୍ତି ତେବେ ପୋଷ୍ଟ ଅଫିସର ନେଇ ଆସିଛି ଏକ ଭଲ ଯୋଜନା। ଡାକଘରର ବାଲ୍‌ ଜୀବନ ବୀମା ଯୋଜନା (Bal Jeevan Bima Yojana) ମାଧ୍ୟମରେ ଆପଣ ପିଲାଙ୍କ ପାଇଁ ସଞ୍ଚୟ କରିପାରିବେ। ଏହି ଯୋଜନାରେ ପ୍ରତିଦିନ ମାତ୍ର ୬ ଟଙ୍କା ବିନିଯୋଗ କରି ଆପଣ ପିଲାମାନଙ୍କର ଶିକ୍ଷା ଏବଂ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଲକ୍ଷ ଲକ୍ଷ ଟଙ୍କା ଜମା କରିପାରିବେ।

ବାଲ୍‌ ଜୀବନ ବୀମା ଯୋଜନା ଗ୍ରାମୀଣ ଡାକ ଜୀବନ ବୀମା ଅନ୍ତର୍ଭୁକ୍ତ। ଏହି ବୀମା ନେବା ପାଇଁ ଅଭିଭାବକଙ୍କ ବୟସ ୪୫ ବର୍ଷରୁ ଅଧିକ ଏବଂ ପିଲାର ବୟସ ୫ରୁ ୨୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏହା ବ୍ୟତୀତ ଅଭିଭାବକ କେବଳ ୨ଟି ପିଲା ପାଇଁ ଏହି ବୀମା ନେଇ ପାରିବେ ।

ଏହି ଯୋଜନାରେ ଗ୍ରାହକ ପିଲାମାନଙ୍କ ପାଇଁ ପ୍ରତିଦିନ ୬ ରୁ ୧୮ ଟଙ୍କା ପର୍ଯ୍ୟନ୍ତ ଏକ ପ୍ରିମିୟମ ଜମା କରିପାରିବେ। ୫ ବର୍ଷ ପାଇଁ ଏହି ପଲିସି ନେଲେ ପ୍ରତିଦିନ ୬ ଟଙ୍କା ପ୍ରିମିୟମ ଦେବାକୁ ପଡିବ। କିନ୍ତୁ ଯଦି ଏହି ପଲିସି ୨୦ ବର୍ଷ ପାଇଁ ନିଆଯାଏ, ତେବେ ଦୈନିକ ୧୮ ଟଙ୍କା ପ୍ରିମିୟମ ଦେବାକୁ ପଡିବ । ଏହି ଯୋଜନାରେ ଆପଣଙ୍କୁ ମାସିକ, ତ୍ରୈମାସିକ, ଅଧା ବାର୍ଷିକ ଏବଂ ବାର୍ଷିକ ଭିତ୍ତିରେ ପ୍ରିମିୟମ ଦେବାକୁ ପଡିବ।

ଏହି ସ୍କିମ୍ ଅଧୀନରେ ଯଦି ପଲିସିଧାରୀ ମ୍ୟାଚୁରିଟି ପୂର୍ବରୁ ପ୍ରାଣ ହରାନ୍ତି, ତେବେ ପ୍ରିମିୟମ୍ ବନ୍ଦ ହୋଇଯିବ। ଏଭଳି ସ୍ଥିତିରେ ପିଲାଙ୍କୁ ଆଉ ପଲିସି ପ୍ରିମିୟମ ଦେବାକୁ ପଡିବ ନାହିଁ। ୫ ବର୍ଷ ପାଇଁ ନିୟମିତ ପ୍ରିମିୟମ ଦେବା ପରେ ଏକ ପେଡ୍ ଅପ୍ ପଲିସି ହୋଇଯାଏ, ପରେ ପିଲାମାନେ ବୋନସ୍ ସହ ଟଙ୍କା ଫେରି ପାଇବେ।