ଅନ୍ୟାନ୍ୟ

ଭାରତ ବିକାଶ ପରିଷଦ ପକ୍ଷରୁ ବାଲ ସଂସ୍କାର ଶିବିର

By Biswaranjan Pattnaik

January 01, 2026

ଅନୁଗୋଳ: ଭାରତ ବିକାଶ ପରିଷଦ,ଅନୁଗୁଳ ଶାଖା ପକ୍ଷରୁ ପିଟିସି ଉଚ୍ଚ ବିଦ୍ୟାଳୟ ଠାରେ ବାଲ ସଂସ୍କାର ଶିବିର ୨୦୨୫ ଆୟୋଜିତ ହୋଇ ଯାଇଛି। ପରିଷଦର ସଭାପତି ଶାନ୍ତନୁ କୁମାର ସରଙ୍କ ଅଧ୍ୟକ୍ଷତାରେ ତ୍ରିଦିବସୀୟ ଏହି ଶିବିରକୁ ଅନୁଗୁଳ ଚିନ୍ମୟ ମିଶନର ସ୍ୱାମିନୀ ଆତ୍ମିକାନନ୍ଦ ସରସ୍ଵତୀ ଉଦ୍ଘାଟନ କରିଥିଲେ।

ଶିଶୁ ମାନେ ପ୍ରଥମେ ମନ କୁ ଶୁଦ୍ଧ ପୂତ କରି ସକାରାତ୍ମକ ଢଙ୍ଗରେ କାର୍ଯ୍ୟ କଲେ ସେମାନେ ଭବିଷ୍ୟତରେ ଭଲ ମଣିଷ ହୋଇ ପାରିବେ ବୋଲି ସ୍ୱାମୀନି ପ୍ରକାଶ କରିଥିଲେ।ସମ୍ପ୍ରତି ଶିଶୁ ମାନଙ୍କ ମଧ୍ୟରେ ହିଂସା ବୃଦ୍ଧି ପାଉଥିବାରୁ ସ୍ୱାମିନୀ ଉଦବେଗ ପ୍ରକାଶ କରିଥିଲେ। ଶାଖାର ସମ୍ପାଦକ ବିଜୟ କୁମାର ମୋଦୀ ସଂସ୍କାର ଶିବିରର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଶିବିରରେ ୬୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।ସେମାନଙ୍କୁ ପ୍ରାର୍ଥନା,ଗୀତା ପାଠ,ଯୋଗ,ନୀତି ଜ୍ଞାନ,ଚିତ୍ରାଙ୍କନ  ଶିକ୍ଷା ଆଦି ଦିଆଯିବା ସହ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା।ଭାରତୀୟ ଯୋଗ ସଂସ୍ଥାନର ମୁଖ୍ୟ ସଂଯୁକ୍ତା ପାଲ ଓ ଯୋଗାଚାର୍ଯ୍ୟ ପ୍ରଭାକର ଶତପଥୀ ଯୋଗାସନ ଶିକ୍ଷା ଦେଇଥିଲେ।

କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ଉଦଯାପନୀ ଦିବସରେ ଉପଦେଷ୍ଟା ଅନୁକୂଳ ନନ୍ଦ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ଶିଶୁ ମାନଙ୍କୁ ଆଦର୍ଶ ଜୀବନଚର୍ଯ୍ୟା ସମ୍ପର୍କରେ ବୁଝାଇଥିଲେ।ପରିଷଦର ସଭ୍ୟ ଭରତ ଚନ୍ଦ୍ର ଗଡ଼ନାୟକ,ହୃଦାନନ୍ଦ ପଣ୍ଡା,ବିଜୟ ରାଉତ,ମାଧବ ସାମଲ,ତ୍ରିନାଥ ଦେହୁରୀ,ସୁଶୀଲ ପଟ୍ଟନାୟକ,ଗିରିଜା ପଟ୍ଟନାୟକ, ଦିଲୀପ ଅଗ୍ରୱାଲ, ମମତାମୟୀ ପତି,ରୀନାରାଣୀ ସ୍ୱାଇଁ,ଅରୁଣା ମିଶ୍ର,ପ୍ରତିମା ତ୍ରିପାଠୀ, ଗୀତାମୟୀ ମହାପାତ୍ର ଆଦି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।