ମୁଖ୍ୟ ଖବର

ଆଠମଲ୍ଲିକ ଉପଖଣ୍ଡର ନୂତନ ଆରକ୍ଷୀ ଅଧିକାରୀ ଭାବେ ଦାୟିତ୍ୱ ନେଲେ ବାଳକୃଷ୍ଣ କହଁର

By Angul TV Bureau

April 07, 2023

ଆଠମଲ୍ଲିକ: ଆଠମଲ୍ଲିକ ଉପଖଣ୍ଡ ନୂତନ ଆରକ୍ଷୀ ଅଧିକାରୀ (ଏସଡିପିଓ ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବାଳକୃଷ୍ଣ କହଁର। ସେ ଗତ ଗୁରୁବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବରୁ ସେ ଝାରସୁଗୁଡା ପୋଲିସ ମୁଖ୍ୟାଳୟରେ ଡିଏସପି ଭାବେ କାର୍ଯ୍ୟରତ ଥିଲେ। ସେ ୧୯୯୮ ବ୍ୟାଚର ପୋଲିସ ଅଧିକାରୀ।

ଆଠମଲ୍ଲିକ ଠାରେ ଅସ୍ଥାୟୀ ଭାବେ ଭାରପ୍ରାପ୍ତ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଭାବେ ଦାୟିତ୍ୱରେ ଥିବା ଅକ୍ଷୟ ପଣ୍ଡାଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଯୋଗଦାନ ପରେ ଆଠମଲ୍ଲିକ ଉପଖଣ୍ଡରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯିବା ସହ ପୋଲିସ କିପରି ସାଧାରଣ ଲୋକଙ୍କୁ ଉତ୍ତମ ବ୍ୟବହାର ସହ ନ୍ୟାୟ ପ୍ରଦାନ କରିବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଶୁକ୍ରବାର ଏସଡିପିଓ କହିଛନ୍ତି।