ଘଟଣା ଓ ଦୁର୍ଘଟଣା

ବାଣଫୁଟାକୁ କେନ୍ଦ୍ରକରି ଭୁଜାଲି ମାଡ଼

By Angul TV Bureau

March 14, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ଛକ ଦୁର୍ଗା ମଣ୍ଡପ ସାମ୍ନାରେ ନିର୍ବାଚନ ହିଂସାକୁ ନେଇ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ ସମିତି ଅଧ୍ୟକ୍ଷ ଜିତିଲା ପରେ ଜୁଲି କର (୭୫) ସହିତ ଦଳୀୟ କର୍ମୀ ଶନିବାର ରାତିରେ ଜରାଓରପୁର ଗ୍ରାମରେ ବାଣ ଫୁଟାଇ ଥିଲେ । ସେହି ଗ୍ରାମର ପ୍ରତାପ ମିଶ୍ର(୫୫) ସରପଞ୍ଚ ଭାବେ ପ୍ରତିଦ୍ବନ୍ଦ୍ବତା କରି ପରାସ୍ତ ହୋଇଥିବାରୁ ବାଣଫୁଟାକୁ ବିରୋଧ କରିଥିଲେ। ଏହି ରାଗ ରଖି ରବିବାର ସକାଳେ କୌଣସି କମରେ ଜୁଲି ବନ୍ତଳା ଛକକୁ ଆସିଥିବା ବେଳେ ଦୁର୍ଗା ମଣ୍ଡପ ସମ୍ମୁଖରେ ହଠାତ୍ ପ୍ରତାପ ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲେ। ପାଖରେ ଥିବା ଜୁଳିଙ୍କ ପୁଅ ପ୍ରଦୀପ, ପ୍ରତାପ ପାଖରୁ ଭୁଜାଲି ଛଡାଇ ଆଣି ଓଲଟା ପ୍ରତାପକୁ ପ୍ରତି ଆକ୍ରମଣ କରିଥିଲେ । ଏହି ଘଟଣା ଦେଖୁ ସ୍ଥାନୀୟ ଲୋକେ ତିନି ଜଣଙ୍କୁ କାବୁ କରି ବନ୍ତଳା ଚିକିତ୍ସା କେନ୍ଦ୍ରରେ ଭର୍ତି କରିଥିଲେ। ପରେ ଏହି ଘଟଣା ସମ୍ପର୍କରେ ଜୁଲି ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ କାହାରିକୁ ଗିରଫ କରିନଥିବା ଜଣାପଡ଼ିଛି।