ଅନ୍ୟାନ୍ୟ

ଗାନ୍ଧି ମାର୍ଗ ଡିଏଭି ପବ୍ଲିକ ସ୍କୁଲରେ ଉତ୍ସାହର ସହ ପାଳିତ ହେଲା ବନ ମହୋତ୍ସବ

By Angul TV Bureau

July 06, 2026

ଅନୁଗୋଳ: ପରିବେଶ ସୁରକ୍ଷା ଓ ସବୁଜ ପୃଥିବୀ ଗଠନର ସଂକଳ୍ପ ନେଇ ଡିଏଭି ପବ୍ଲିକ ସ୍କୁଲ, ଗାନ୍ଧି ମାର୍ଗ, ଅନୁଗୋଳରେ ବନ ମହୋତ୍ସବ ପାଳନ କରାଯାଇଛି। ବିଦ୍ୟାଳୟର କବ୍, ବୁଲବୁଲ୍, ସ୍କାଉଟ୍ସ ଓ ଗାଇଡ୍ସ ସହ ଅନୁଗୋଳ ପୋଲିସ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

କାର୍ଯ୍ୟକ୍ରମରେ ପ୍ରଥମ ଶ୍ରେଣୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରଛାତ୍ରୀ ପଦଯାତ୍ରା କରି ପରିବେଶ ସୁରକ୍ଷା ଓ ବୃକ୍ଷରୋପଣର ଗୁରୁତ୍ୱ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଥିଲେ।

ପଦଯାତ୍ରା ପରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରିବା ସହ ସେଗୁଡ଼ିକର ଯତ୍ନ ନେବା ପାଇଁ ଶପଥ ଗ୍ରହଣ କରିଥିଲେ। ସମସ୍ତେ ମିଳିତ ଭାବେ ବିଦ୍ୟାଳୟକୁ ସବୁଜ ଓ ସୁନ୍ଦର କରିବାକୁ ସଂକଳ୍ପ ନେଇଥିଲେ।

ବିଦ୍ୟାଳୟ ପ୍ରଧାନଶିକ୍ଷକ ଛାତ୍ରଛାତ୍ରୀଙ୍କ ପରିବେଶ ସଚେତନତା ଓ ସକ୍ରିୟ ଅଂଶଗ୍ରହଣକୁ ଉଚ୍ଚ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମର ଶେଷରେ ‘ଗଛ ଲଗାଅ – ପରିବେଶ ବଞ୍ଚାଅ’ ଏବଂ ‘ପ୍ରତ୍ୟେକ ଜଣେ ଗୋଟିଏ ଗଛ ଲଗାଅ’ ବାର୍ତ୍ତା ଦେଇ ସମସ୍ତଙ୍କୁ ପ୍ରକୃତି ସୁରକ୍ଷା ପାଇଁ ଆଗେଇ ଆସିବାକୁ ଆହ୍ୱାନ କରାଯାଇଥିଲା। କବ୍ସ, ବୁଲବୁଲ୍ସ, ସ୍କାଉଟ୍ସ ଓ ଗାଇଡ୍ସଙ୍କ ଏହି ମହତ୍ ପ୍ରୟାସ ସମସ୍ତଙ୍କ ମନରେ ପରିବେଶ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିଥିଲା।