ମୁଖ୍ୟ ଖବର

ଘର ତାଡ଼ି ସୁନା ଚୋରି ମାମଲା: ଅଭିଯୁକ୍ତ ସହ ଦୁଇ ସହଯୋଗୀ ଗିରଫ

By Angul TV Bureau

November 13, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତୁଳସୀପାଳ ଗ୍ରାମରେ ଘର ତାଡ଼ି ସୁନା ଓ ଟଙ୍କା ଚୋରି ହେବା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ଦୁଇ ସହଯୋଗୀଙ୍କୁ ଗିରଫ କରିଛି।ଗିରଫ ମୁଖ୍ୟ ଅଭିଯୁକ୍ତ ହେଲେ ତୁଳସୀପାଳ ଗ୍ରାମର ବିଜୟ ବିଶ୍ଵାଳ, ସହଯୋଗୀ ହେଲେ ହିନ୍ଦୋଳ ଅଞ୍ଚଳର ପୃଥ୍ଵୀରାଜ ଦାସ। ଚୋରି ସୁନା କିଣିଥିଲେ ଧର୍ମଶାଳା ଥାନା ଷେଣ୍ଢପୁର ଗ୍ରାମର ଦେବେନ୍ଦ୍ର ଦାସ। ୩ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ଅଭିଯୋଗ ପରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ନିର୍ଦ୍ଦେଶ କ୍ରମେ ଦୁଇଟି ସ୍କ୍ୱାଡ ଗଠନ କରି ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହଙ୍କ ତତ୍ତ୍ଵାବଧାନରେ ତଦନ୍ତ ଆରମ୍ଭ ହୋଇଥିଲା। ଗିରଫ ତିନି ଜଣଙ୍କଠାରୁ ପ୍ରାୟ ୧୦୦ ଗ୍ରାମରୁ ଅଧିକ ସୁନା ଅଳଙ୍କାର, ରୂପା ପାଉଁଜି ଜବତ ହୋଇଛି। ତେବେ ଘରୁ ଚୋରି ହୋଇଥିବା ନଗଦ ୧ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ଜବତ ହୋଇନଥିବା ଏସଡିପିଓ ରମାକାନ୍ତ ମହାଳିକ ସୂଚନା ଦେଇଛନ୍ତି।