ମୁଖ୍ୟ ଖବର

ବଅଁରପାଳରେ ବନ୍ଧୁକ ଦେଖାଇ ମୋବାଇଲ ଲୁଟ୍: ଆତଙ୍କିତ ଅଞ୍ଚଳବାସୀ

By Angul TV Bureau

May 09, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ପୁଣି ସକ୍ରିୟ ହୋଇଛନ୍ତି ଲୁଟେରା। ଶୁକ୍ରବାର ରାତିରେ ବନ୍ଧୁକ ଦେଖାଇ ଜଣେ ଯୁବକଙ୍କ ଠାରୁ ମୋବାଇଲ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଶିମିଳି ସାହିର ଅଜୟ କୁମାର ବେହେରା ରାତି ପ୍ରାୟ ୯ଟା ବେଳେ ବୃନ୍ଦାବନପୁର ପୋଖରୀ ନିକଟକୁ ଯାଇଥିବା ସମୟରେ ଏକ କଳା ରଙ୍ଗର ୟୁନିକର୍ଣ୍ଣ ବାଇକରେ ୩ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ। ସେମାନେ ଅଜୟଙ୍କୁ ମୋବାଇଲ ମାଗିଥିଲେ। ସେ ମନା କରିବାରୁ ଲୁଟେରାମାନେ ତାଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ପ୍ରାଣରେ ମାରିଦେବାକୁ ଧମକ ଦେଇଥିଲେ। ପରେ ମୋବାଇଲଟି ଛଡ଼ାଇ ନେଇ ଦ୍ରୁତ ଗତିରେ ବୃନ୍ଦାବନପୁର ଆଡ଼କୁ ଫେରାର ହୋଇଯାଇଥିଲେ। ଏ ନେଇ ଅଜୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସ୍ଥାନୀୟ କଲେଜ ପଡ଼ିଆ ଏବେ ଅସାମାଜିକ ବ୍ୟକ୍ତି ଓ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ ହେଉଛି। ସନ୍ଧ୍ୟା ହେଲେ ଏଠାରେ ଆପରାଧିକ କାର୍ଯ୍ୟକଳାପ ବଢ଼ୁଥିବାରୁ ପୋଲିସ ପକ୍ଷରୁ କଡ଼ାକଡ଼ି ପେଟ୍ରୋଲିଂ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।