ଘଟଣା ଓ ଦୁର୍ଘଟଣା

ନାବାଳିକା ଅପହରଣ ଅଭିଯୋଗ, ଥାନାର ଦ୍ୱାରସ୍ଥ ପରିବାର

By Angul TV Bureau

June 20, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଧୀନସ୍ଥ ନୂଆହତା ଗ୍ରାମର ଡିହସାହିରୁ ଜଣେ ନାବାଳିକା ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଗତ ୧ ତାରିଖ ଦିନ ଘରେ କେହି ନଥିବା ବେଳେ ୧୫ ବର୍ଷୀୟା ନାବାଳିକା ଝିଅ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିଲେ।

ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବା ପରେ, ଶେଷରେ ଝିଅକୁ ଉକ୍ତ ସାହିର ଶୁକଦେବ ନାଏକ (୪୦) ଅପହରଣ କରି ନେଇଥିବା ସୂଚନା ପାଇଥିଲେ। ବର୍ତ୍ତମାନ ନାବାଳିକା ଜଣକ ଖଇରାପଶି ଗାଁର ଗଣେଶ ନାଏକଙ୍କ ଘରେ ଥିବା ଜାଣିବାକୁ ପାଇଛନ୍ତି। ଝିଅର ମାଆ ଅପୂର୍ବ ନାଏକ ଥାନାରେ ଲିଖିତ ଅଭିଯୋଗ କରିବା ସହ ତାଙ୍କ ଝିଅକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପୋଲିସ ନିକଟରେ ନିବେଦନ କରିଛନ୍ତି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।