ମୁଖ୍ୟ ଖବର

ଅନୁଗୁଳରୁ ଧରାପଡ଼ିଲେ ସୁନ୍ଦରଗଡ଼ ଗଣହତ୍ୟାର ଅଭିଯୁକ୍ତ: ରାତି ଅଧିଆ ୫ ଯାଯାବରଙ୍କୁ ହାଣିଥିଲେ

By Angul TV Bureau

November 01, 2024

ଅନୁଗୁଳ: ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ସୁନ୍ଦରଗଡ଼ କରମଡ଼ିହିର ଯାଯାବର ବସ୍ତିର ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଅନୁଗୁଳରୁ କାବୁ କରିଛି ପୋଲିସ। ଏହି ଅଭିଯୁକ୍ତମାନେ ୫ ଜଣ ଯାଯାବରଙ୍କୁ ହତ୍ୟା କରି ଫେରାର ଥିଲେ। ମୃତକଙ୍କ ମଧ୍ୟରେ ୩ ମହିଳା ଓ ଦୁଇ ଜଣ ପୁରୁଷ ଥିଲେ। ଏଥିସହ ୪ ଜଣ ଗୁରୁତର ହୋଇଥିଲେ।

ପୋଲିସ ସୂଚନା ମୁତାବକ, ପରକୀୟାପ୍ରୀତି ଓ ଦୀର୍ଘ ବର୍ଷର ଶତ୍ରୁତାକୁ ନେଇ ଦୁଇ ଯାଯାବର ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥ‌ିଲା। ଏହାକୁ ନେଇ ମଙ୍ଗଳବାର ଗୋଟିଏ ଗୋଷ୍ଠୀର ଲୋକ ଅନ୍ୟ ଗୋଷ୍ଠୀର ୫ ଜଣଙ୍କୁ ହାଣିଥିଲେ। ଏହି ଗଣହତ୍ୟା ପରେ ହତ୍ୟାକାରୀ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଧରିବା ପୋଲିସ୍ ପାଇଁ ଚ୍ୟାଲେଞ୍ଜ ପାଲଟି ଥିଲା।

ତେବେ ଅଭିଯୁକ୍ତମାନେ ଅନୁଗୁଳ ଜିଲ୍ଲାର ଲୁଚିଥିବା ନେଇ ପୋଲିସ ସୂଚନା ପାଇଥିଲା। ଏହା ଜାଣିବା ପରେ ସୁନ୍ଦରଗଡ଼ ସଦର ପୋଲିସ ଅନୁଗୁଳ ଜିଲ୍ଲା ପୋଲିସ ପ୍ରଶାସନକୁ ଅବଗତ କରାଇ ଥିଲେ। ଆଉ ବଅଁରପାଳ ପୋଲିସ ସଦଳବଳେ ଆସି ଉକ୍ତ ୧୬ ଯାଯାବର ସଦସ୍ୟଙ୍କୁ କାବୁ କରିଥିଲା। ସେମାନଙ୍କ ମଧ୍ୟରେ ୬ ମହିଳା, ୪ ପୁରୁଷ, ୨ ନାବାଳକ ଓ ୪ ଶିଶୁ ଥିଲେ। ସେମାନଙ୍କୁ ସୁନ୍ଦରଗଡ଼ ପୋଲିସ ସହାୟତାରେ ସୁନ୍ଦରଗଡ ନିଆ ଯାଇଥିବା ଜଣାପଡ଼ିଛି।