ମୁଖ୍ୟ ଖବର

ବାଇକ ଚୋରଙ୍କୁ ଧରିଲା ବଅଁରପାଳ ପୋଲିସ: ୬ ମଟର ସାଇକେଲ ଜବତ, ୫ ଗିରଫ

By Angul TV Bureau

September 21, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ବଅଁରପାଳ ଥାନା ପୋଲିସ ମଟର ସାଇକେଲ ଚୋରି କରିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛନ୍ତି। ଏଥିସହ ଚୋରି ହୋଇଥିବା ୬ଟି ମଟର ସାଇକେଲ ଜବତ କରିଥିବା ଜଣାଯାଇଛି।

ସୂଚନା ମୁତାବକ, ବଅଁରପାଳ ଥାନା ପୋଲିସ ବାଇକ ଚୋରି ମାମଲାରେ ଦୁଇ ନାବାଳକ ଏବଂ ତିନି ଯୁବକଙ୍କୁ ଧରିଥିଲା। ସେମାନଙ୍କୁ କ୍ରମାଗତ ଜେରା କରିବା ପରେ ସେମାନେ ନିଜର ଦୋଷ ସ୍ବୀକାର କରିଥିଲେ। ସେମାନଙ୍କ ଠାରୁ ୬ଟି ଚୋରା ମଟର ସାଇକେଲ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ନାଲକୋ ଥାନା ଅଞ୍ଚଳର ରକି ନାଏକ, ନିଶା ଥାନା ଅଞ୍ଚଳର ମେଘ ନାଏକ, ବଉଳିଗଡ଼ ପଞ୍ଚାୟତର ସୌମ୍ୟରଞ୍ଜନ ସାହୁ (ଡୋନା)। ଅନ୍ୟ ଦୁଇଜଣ ନାବାଳକ ସଦର ଥାନା ଓ ବଅଁରପାଳ ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି। ଆରକ୍ଷୀ ଅଧ୍ୟକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ନିର୍ଦ୍ଦେଶରେ ଡିଏସପି ଅକ୍ଷୟ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ବଅଁରପାଳ ଆଇଆଇସି ନିରୁପମା ଜେନାଙ୍କ ନେତୃତ୍ବରେ ଏସ ଆଇ ଅମିତ ମିଶ୍ର, ପିଏସଆଇ ସମୀର ଶେଖର ଜୟ ସିଂହ, ଏଏସଆଇ ହରେଶ ଚନ୍ଦ୍ର ଦଲେଇ, ପାଣ୍ଡବ ବେହେରା, ରାମ ସିଂହ ମୁଣ୍ଡା, ଆଶିଷ ଦାସଙ୍କୁ ନେଇ ଗଠିତ ସ୍ଵତନ୍ତ୍ର ଟିମ୍ ଏହି ଚଢ଼ାଉ କରିଥିଲା।