ଅନୁଗୋଳ: ବଅଁରପାଳ ଥାନା ପରିସରରେ ଲକ୍ଷ୍ମୀପୂଜା, ଦୁର୍ଗାପୂଜା ଓ କାଳୀପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନାଧିକାରୀ ଦୁଷ୍ମନ୍ତ କୁମାର ସିଂଙ୍କ ଅଧ୍ୟକ୍ଷତାରେ ମିଳିତ ବଣିକ ମହାସଂଘ ଓ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଏଥିରେ ଯୋଗ ଦେଇଥିଲେ। ବୈଠକରେ ଶାନ୍ତି-ଶୃଙ୍ଖଳାର ସହ ପୂଜା ପାଳନ, ଅଣ ସ୍ୱୀକୃତିପ୍ରାପ୍ତ ଡିଜେ ନ ବଜାଇବା, ନୃତ୍ୟଗୀତରେ ଅଶ୍ଳୀଳତାକୁ ପ୍ରଶ୍ରୟ ନ ଦେବା ଏବଂ ମଣ୍ଡପରେ ସିସି କ୍ୟାମେରା ଲଗାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଚଳିତ ବର୍ଷ ୯ ଦିନ ପରିବର୍ତ୍ତେ ୭ ଦିନ ପୂଜା ହେବ ବୋଲି ନିଷ୍ପତ୍ତି ହୋଇଛି। ମହାସଂଘ ସଭାପତି ଉପେନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଅଖିଳ ମହାପାତ୍ର ବକ୍ତବ୍ୟ ରଖିଥିଲେ। ଶେଷରେ ଉପଦେଷ୍ଟା ଖଗେଶ୍ୱର ପରିଡା ଧନ୍ୟବାଦ ଦେଇଥିଲେ।