ଅନୁଗୁଳ: ବଅଁରପାଳ ବ୍ଲକର ସାମ୍ବାଦିକ ସଂଘର ସଦସ୍ୟ ଓ କର୍ମକର୍ତ୍ତା ଆଜି ନୂତନ ତହସିଲଦାରଙ୍କୁ ସୌଜନମୂଳକ ସାକ୍ଷାତ କରିଛନ୍ତି। ବଅଁରପାଳର ନୂତନ ତହସିଲଦାର ସଚ୍ଚିଦାନନ୍ଦ ନାୟକଙ୍କୁ ସାମ୍ବାଦିକ ସଂଘର ମୁଖ୍ୟ ଉପଦେଷ୍ଟା ଅଖିଳ କୁମାର ମହାପାତ୍ର, ଉପଦେଷ୍ଟା ସଞ୍ଜୟ କୁମାର ବିଶୋଇଙ୍କ ସହ ସମସ୍ତ ସଦସ୍ୟ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ଏ ଅବସରରେ ସେମାନେ ବ୍ଲକର ବିଭିନ୍ନ ସମସ୍ୟା ସମ୍ପର୍କରେ ତହସିଲଦାରଙ୍କୁ ଅବଗତ କରାଇବା ସହ ଖବର ସଂଗ୍ରହ ବେଳେ ସହଯୋଗ କରିବାକୁ ଅନୁରୋଧ କରିଥିଲେ।
ନୂତନ ତହସିଲଦାର ଶ୍ରୀ ନାୟକ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ସମୟରେ ଆସିଷ୍ଟାଣ୍ଟ ତହସିଲଦାର ପ୍ରଶାନ୍ତ କୁମାର ନାୟକଙ୍କୁ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରାଯାଇଥିଲା।