ଅନ୍ୟାନ୍ୟ

ବ୍ୟାଙ୍କ ଅଫ ବରୋଦାର ଋଣମେଳା

By Angul TV Bureau

September 22, 2021

ଅନୁଗୁଳ : ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ନନ୍ଦପୁରର ବ୍ୟାଙ୍କ ଅଫ ବରୋଦାର କରତପଟା ଶାଖା ଦ୍ବାରା ବୁଧବାର ଏକ ଋଣମେଳା ଆୟୋଜନ କରାଯାଇଥିଲା। ପୋକତୁଙ୍ଗା ରଣେଶ୍ୱର ମନ୍ଦିର ପରିସରରେ ଏହି ଋଣମେଳାରେ ମୁଖ୍ୟ ଅତିଥି ଭାବରେ ବ୍ୟାଙ୍କ ଅଫ ବରୋଦା ଆଞ୍ଚଳିକ ମହା ପ୍ରବନ୍ଧକ ଆର୍ଯ୍ୟ ପ୍ରକାଶ ଦାସ ଯୋଗଦେଇ ମେଳାକୁ ଉଦ୍ଘାଟନ କରିଥିଲେ। କରତପଟା ଶାଖା ପ୍ରବନ୍ଧକ ତରଣୀ ସେନ ରଉତିଆ ମେଳାକୁ ପରିଚାଳନା କରିଥିଲେ। ସମ୍ମାନିତ ଅତିଥି ଭାବେ ଅନୁଗୁଳ ବ୍ଲକ୍ ବିଏଲସି ଅକ୍ଷୟ କୁମାର ନାୟକ, ଆଞ୍ଚଳିକ ବରିଷ୍ଠ ପ୍ରବନ୍ଧକ ପୁରନ୍ଦର ମେହେର, ନନ୍ଦପୁର ସରପଞ୍ଚ ଅନିତା ପ୍ରଧାନ, ପୋକତୁଙ୍ଗା ସରପଞ୍ଚଙ୍କ ପ୍ରତିନିଧି ପ୍ରଶାନ୍ତ ପ୍ରଧାନ, ଅନୁଗୁଳ ବ୍ୟାଙ୍କ ଅଫ ବରୋଦା ଅଧିକାରୀ ପଲ୍ଲବୀ ମିଶ୍ର, ବଡକେରା ବ୍ୟାଙ୍କ ଅଧିକାରୀ ସୁଧେସ୍ନା ନାଏକ, ପାଇକସାହି ଶାଖା ପରିଚାଳକ ପ୍ରତାପ କିଶୋର ଭଞ୍ଜଦେଓ, ଜାମୁନାଳି ଶାଖା ପରିଚାଳକ ସୁରେଶ ଚନ୍ଦ୍ର ଭୋଇ ପ୍ରମୁଖ ଯୋଗ ଦେଇଥିଲେ। ମହିଳା ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ସ୍ୱବଲମ୍ବୀ କରିବା ଓ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିବା ପାଇଁ ବ୍ୟାଙ୍କ ତରଫରୁ ଏହି ମେଳା କରାଯାଇଥିବା ଅତିଥି ମାନେ ପ୍ରକାଶ କରିଥିଲେ। କରତପଟା ଶାଖା ର ୩୮ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ପାଇକସାହିର ୧୭ଟି, ବଡକେରାର ୯ଟି, ଜାମୁନାଳୀର ୫ଟି ଓ ଅନୁଗୁଳର ୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ କ୍ରେଡିଟ ଲିଙ୍କେଜ ସହିତ ପ୍ରତ୍ୟେକ ଗୋଷ୍ଠିକୁ ଦୁଇ ଲକ୍ଷ ଲେଖାଏଁ ହିସାବରେ ଏକ କୋଟି ଅଠଚାଳିଶ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି। ଏହି ଋଣମେଳାରେ ସିଆରପି, ବ୍ୟାଙ୍କ ମିତ୍ର, ସମସ୍ତ ମହିଳା ଗୋଷ୍ଠୀ ଉପସ୍ଥିତ ଥିବାବେଳେ କରତପଟା ଶାଖାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।