ମୁଖ୍ୟ ଖବର

ମାର୍ଚ୍ଚ ୨୪ ଓ ୨୫ରେ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ଦିନ ବନ୍ଦ ରହିବ ବ୍ୟାଙ୍କ

By Angul TV Bureau

March 17, 2025

ଭୁବନେଶ୍ୱର: ମାର୍ଚ୍ଚ ୨୪ ଓ ୨୫ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ହେବାକୁଥ‌ିବାବେଳେ ମାର୍ଚ୍ଚ ୨୨ ଓ ୨୩ରେ ଶନିବାର ଏବଂ ରବିବାର ଥ‌ିବାରୁ ଲଗାତାର ୪ ଦିନ ବ୍ୟାଙ୍କ ସେବା ବନ୍ଦ ରହିବା ନେଇ ସୂଚନାମିଳିଛି। ତେବେ ଇଣ୍ଡିଆନ ବ୍ୟାଙ୍କସ୍ ଆସୋସିଏସନ (ଆଇବିଏ) ସହିତ ଆଲୋଚନା ବିଫଳ ହେବା ପରେ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ (ୟୁଏଫବିୟୁ ) ୨ ଦିନ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି। ୟୁଏଫବିୟୁର ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ନିଯୁକ୍ତି, ଚାକିରି ସୁରକ୍ଷା ଓ ୫ ଦିନିଆ କାର୍ଯ୍ୟସପ୍ତାହ ରହିଛି।