ଘଟଣା ଓ ଦୁର୍ଘଟଣା

ଟଙ୍କା ଦେଲାନି ବୋଲି ବାପାକୁ ହାଣିଲା ପୁଅ

By Biswaranjan Pattnaik

December 26, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡକେରା ଗାଁରେ ଟଙ୍କା ନ ଦେବାରୁ ବାପାଙ୍କୁ ପନିଖିରେ ଗୋଡ଼ାଇ ହାଣିଛି ପୁଅ। ଶୁକ୍ରବାର ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ, ବାପା ବିକ୍ରମ ସାହୁଙ୍କ ଆକାଉଣ୍ଟକୁ କୋଭିଡ ସହାୟତା ଟଙ୍କା ଏକ ହଜାର ଆସିଥିଲା। ଏ ଖବର ପାଇ ପୁଅ ଅନୀଲ ବାପାଙ୍କୁ ପାଞ୍ଚ ଶହ ଟଙ୍କା ମାଗିଥିଲ। ପରେ ଦେବି ବୋଲି ବାପା କହିବାରୁ ଅନୀଲ ଉତ୍ୟକ୍ତ ହୋଇ ଏକ ପନିଖି ଧରି ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ବିକ୍ରମଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।