Law Judge Gavel And Legality Symbol

ମୁଖ୍ୟ ଖବର

ଭିଜିଲାନ୍ସ କୋର୍ଟ ଦ୍ଵାରା ବାପୁଜୀ କଲେଜ୍ କର୍ମଚାରୀ ଦଣ୍ଡିତ

By Biswaranjan Pattnaik

December 22, 2023

ଅନୁଗୁଳ: ଅନୁଗୁଳ ଭିଜିଲାନ୍ସ ସ୍ପେସାଲ ଜଜ୍‌ଙ୍କ ଦ୍ଵାରା ଛେଣ୍ଡିପଦା ବାପୁଜୀ କଲେଜ୍‌ ଜଣେ ଡେମନଷ୍ଟ୍ରେଟର (ଫିଜିକ୍ସ) ମାନସ ସାହୁ ଆଜି ଦଣ୍ଡିତ ହୋଇଛନ୍ତି। ପିସି ଆକ୍ଟ୍‌ ୧୯୮୮ ଆଧାରରେ ତାଙ୍କୁ ତିନି ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜୋରିମାନା ଦେବାକୁ ଶୁଣାଣୀ କରାଯାଇଛି। ପ୍ରକାଶ ଯୋଗ୍ୟ ଶ୍ରୀ ସାହୁ ୨୦୧୮ ମସିହାରେ କଲେଜ୍‌ର ଜଣେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଙ୍କୁ ଏନ୍‌ଓସି ଦେବା ପାଇଁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ତାଙ୍କୁ ଧରିଥିଲେ। ପିଶି କେସ ନଂ ୫୦/୨୨.୧୧.୨୦୧୮ ରେ ଏଥିନେଇ ଏକ ମକଦ୍ଦମା ରୁଜୁ ହୋଇଥିଲା।