ଅନ୍ୟାନ୍ୟ

ସିଭିଲ କୋର୍ଟ ନିକଟରେ ବର-ଅଶ୍ୱତ୍ଥ ବିବାହ

By Biswaranjan Pattnaik

April 28, 2022

ଅନୁଗୁଳ: ଅନୁଗୁଳ ଓକିଲ ସଂଘ ପକ୍ଷରୁ ଗୁରୁବାର ମଧୁ ଜୟନ୍ତୀ ପାଳନ କରାଯାଉଥିବା ବେଳେ ସିଭିଲ କୋର୍ଟ ନିକଟରେ ଥିବା ମଣ୍ଡପରେ ବର-ଅଶ୍ୱତ୍ଥ ବୃକ୍ଷଙ୍କ ବାହାଘର ଅନେକଙ୍କୁ ଆକର୍ଷିତ କରିଥିଲା। ଆଇନଜୀବୀଙ୍କ ସୌଜନ୍ୟରୁ ଆୟୋଜିତ ଏହି ବିବାହ କାର୍ଯ୍ୟକ୍ରମ ଦେଖିବା ସହ ଆଶୀର୍ବାଦ ନେବାପାଇଁ ଅନେକେ ଭିଡ଼ ଜମାଇଥିଲେ। ହିନ୍ଦୁ ଉପନିଷଦ ତଥା ବିଶ୍ୱାସ ଅନୁଯାୟୀ ଅଶ୍ୱତ୍ଥ ବୃକ୍ଷ ଦେବତା ମାନଙ୍କ ନିବାସ ସ୍ଥଳ। ସେହିଭଳି ବର ଗଛ ମୂଳରେ ବ୍ରହ୍ମା, ଶାଖାରେ ବିଷ୍ଣୁ ଏବଂ ପତ୍ରରେ ଶିବ ରହିଥାନ୍ତି ବୋଲି ବିଶ୍ୱାସ କରାଯାଏ। ଏହି ଦୁଇ ବୃକ୍ଷର ବିବାହ ଦର୍ଶନ କଲେ ଶନିଙ୍କ କୋପରୁ ମୁକ୍ତି, ମାଙ୍ଗଳିକ ଦୋଷ ନାଶ, ମାନ ସମ୍ମାନ ହାନି ରୁ ରକ୍ଷା ମିଳେ ଏବଂ ଭକ୍ତଙ୍କ ଆୟୁ ବୃଦ୍ଧି ହୁଏ ବୋଲି କୁହାଯାଏ।