ମୁଖ୍ୟ ଖବର

ବାରମଞ୍ଚା ଗଣ ଦୁଷ୍କର୍ମ ମାମଲା: ଜଣେ ଅଭିଯୁକ୍ତ ଗିରଫ

By Biswaranjan Pattnaik

August 06, 2025

ଅନୁଗୁଳ: ଛେଣ୍ଡିପଦା ଥାନା ଅନ୍ତର୍ଗତ ବାରମଞ୍ଚା ଗଣ ଦୁଷ୍କର୍ମ ମାମଲାରେ ପୋଲିସ ଜଣେ ଅଭିଯୁକ୍ତ ଗିରଫ କରି ପଚରାଉଚରା କରୁଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଗତ ୩ ତାରିଖରେ ପୀଡ଼ିତା ଜଣକ ନିଜ ଭଣଜାଙ୍କ ସହ ଛେଣ୍ଡିପଦା ଯାଇ ଅପରାହ୍ନ ପ୍ରାୟ ୩ଟା ବେଳକୁ ଚାରିବାଟି ପେଟ୍ରୋଲ ପମ୍ପକୁ ତେଲ ପକାଇବାକୁ ଆସୁଥିବା ବେଳେ ବାରମଞ୍ଚା ଜଙ୍ଗଲ ନିକଟରେ ପୀଡ଼ିତା ଶୌଚ ହେବା ପାଇଁ ଟିକେ ଦୂରକୁ ଯାଇଥିଲେ।

ଏହି ସମୟରେ ଏକ ଟ୍ରାକ୍ଟରରେ ଯାଉଥିବା ତିନିଜଣ ଶ୍ରମିକ ଯୁବତୀଙ୍କୁ ଦେଖି ଅଟକି ଥିଲେ। ସେମାନେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ। ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ଡିଏସ୍‌ପି ଯୋଗେଶ୍ୱରି ବେହେରାଙ୍କ ନେତୃତ୍ୱରେ ଛାନଭିନ ଆରମ୍ଭ କରିଥିଲା। ପୋଲିସ ଏ ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ରଞ୍ଜନ ମୁଖି, ବାରମଞ୍ଚାରୁ ଗିରଫ କରାଯାଇ ଘଟଣାସ୍ଥଳକୁ ନିଆଯାଇଛି। ଅନୁଗୁଳ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ପୋଲିସ ଅଭିଯୁକ୍ତ ମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଧରିବା ସାଧାରଣରେ ଆଶ୍ୱସ୍ତି ଆଣିଛି।