ଅନୁଗୁଳ : ପାଣି ପିଇବାକୁ ଆସିଥିବା କୁଟୁରାକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲେ ବନ୍ତଳା ବନ ବିଭାଗର କର୍ମଚାରୀ। ମିଳିଥିବା ସୂଚନାନୁସାରେ, ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ପୋକତୁଙ୍ଗା ଜଙ୍ଗଲରେ ଏକ କୁଟୁରା ପାଣି ପାଇଁ ବୁଲୁଥିବା ବେଳେ ଏକ କୁକୁର ତାକୁ ଗୋଡ଼ାଇଥିଲା। ଜୀବନ ବିକଳରେ କୁଟୁରାଟି ପୁକୋତୁଙ୍ଗା ଗାଁ ଭିତରେ ପଶିଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ୍ତଳା ରେଞ୍ଜର ଟିମ୍ ସହ ପହଞ୍ଚି କୁଟୁରାକୁ ଉଦ୍ଧାର କରିଛନ୍ତି। ପୋକତୁଙ୍ଗା ସରପଞ୍ଚ ସୁଜିତ ମହାଳିକଙ୍କ ଉପସ୍ଥିତିରେ କୁଟୁରାକୁ ନୂଆକ୍ଷେତ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯାଇଥିବା ନେଇ ବନ୍ତଳା ରେଞ୍ଜର ମାଧବ ଚନ୍ଦ୍ର ନାଏକ ସୂଚନା ଦେଇଛନ୍ତି।