ଅନ୍ୟାନ୍ୟ

ଗ୍ରାମେଶ୍ୱରୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଓ ନୂତନଗୃହ ପ୍ରତିଷ୍ଠା ଉତ୍ସବ

By Angul TV Bureau

August 28, 2025

ଅନୁଗୁଳ: ଅନୁଗୁଳ ବ୍ଲକ ବସଲା ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମା’ ଗ୍ରାମେଶ୍ୱରୀଙ୍କ ବାର୍ଷିକ ଯାତ୍ରା ଓ ନୂତନଗୃହ ପ୍ରତିଷ୍ଠା ଉତ୍ସବ ଗୁରୁବାର ଦିନ ବହୁତ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ମା’ ଙ୍କର ଆଶୀର୍ବାଦ ନେବା ସହ ଗ୍ରାମର ଉନ୍ନତି କାମନା କରିଥିଲେ।

ଗ୍ରାମବାସୀଙ୍କ ସମୁହିକ ସହଯୋଗରେ ମା’ ଙ୍କ ଆଲମ ଗାଁ ପରିକମା ପରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିଲା। ଗାଁର ମା-ମାଉସୀ ମାନଙ୍କ ଦ୍ୱାରା ଆୟୋଜିତ ଭଜନ ସମାରୋହ ପୂରା ପରିବେଶକୁ ଧାର୍ମିକ ମନୋଭାବରେ ମୁଗ୍ଧ କରିଥିଲା।

ଆଜିର ଏହି ଯାତ୍ରା ବସଲା ଗ୍ରାମବାସୀ,ଯୁବ ସରପଞ୍ଚ ଚନ୍ଦନ କୁମାର ସାହୁ ଓ  ସଭାପତି ଦିଲ୍ଲିପ କୁମାର ସାହୁଙ୍କ ସହଯୋଗରେ ଶାନ୍ତି-ଶୃଙ୍ଖଳାର ସହ ଆୟୋଜିତ ହୋଇଥିଲା।