କ୍ରୀଡ଼ା

ନାଲକୋରେ ବାସ୍କେଟ ବଲ୍ କୋଚିଂ

By Biswaranjan Pattnaik

July 03, 2025

ଅନୁଗୁଳ: ନାଲକୋ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ  ଏକ ବାସ୍କେଟ୍ ବଲ କୋଚିଂ ଆୟୋଜିତ ହେଉଛି ଗତ ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା ଏହି କୋଚିଂ ତିନି ସପ୍ତାହ ଧରି ଚାଲିବ। ଅଭିଜ୍ଞ କୋଚ ବିଜୟ କୁମାର ବିଶ୍ଵାଳଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ଆଗ୍ରହୀ ପିଲାମାନଙ୍କୁ ବାସ୍କେଟ୍ ବଲ କୋଚିଂ ଦିଆଯାଉଛି। ଯେଉଁ ପିଲା ମାନେ ବାସ୍କେଟ୍ ବଲ କୋଚିଂ ନେବାକୁ ଚାହୁଁଛନ୍ତି ସେମାନେ କ୍ରୀଡା ସଂସଦ ସମ୍ପାଦକ ଡ଼ା ଗୌର ଗୋବିନ୍ଦ ସାମନ୍ତଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ ।