ମୁଖ୍ୟ ଖବର

ପଞ୍ଚାୟତିରାଜ ଦିବସ ପାଳିତ: ବସଲା ପଞ୍ଚାୟତ ସମ୍ମାନିତ, ମିଳିଲା ୫.୮୦ ଲକ୍ଷ ଅର୍ଥରାଶି

By Angul TV Bureau

April 24, 2025

ଅନୁଗୁଳ: ପଞ୍ଚମ ରାଜ୍ୟ ଅର୍ଥ କମିସନ ଅନୁଦାନକୁ ଉପଯୁକ୍ତ ଢଙ୍ଗରେ ଖର୍ଚ୍ଚ କରି ଅନୁଗୁଳ ବ୍ଲକର ବସଲା ପଞ୍ଚାୟତ ସମ୍ମାନିତ। ପଞ୍ଚାୟତିରାଜ ଦିବସ ଅବସରରେ ଆଜି ବିଜୁ ମଇଦାନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ବସଲା ସରପଞ୍ଚ ଚନ୍ଦନ କୁମାର ସାହୁଙ୍କୁ ସମ୍ମାନିତ କରାଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପାଳଲହଡ଼ା ବିଧ‌ାୟକ ଅଶୋକ ମହାନ୍ତି, ଜିଲ୍ଲାପାଳ ଅବଦାଲ ଏମ. ଅଖତରଙ୍କ ସମେତ ଅନ୍ୟ ଅତିଥିମାନେ ସରପଞ୍ଚଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ଏ ଅବସରରେ ପଞ୍ଚାୟତକୁ ୫ ଲକ୍ଷ ୮୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ମିଳିଛି। ପୁରସ୍କୃତ ହେବା ପରେ ସରପଞ୍ଚ ସମସ୍ତ ପଞ୍ଚାୟତବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।