ଅନ୍ୟାନ୍ୟ

ଆରମ୍ଭ ହେଲା ବସୁଧା ଯୋଜନା, ଏଣିକି ସବୁ ଘରେ ପହଞ୍ଚିବ ସ୍ୱଚ୍ଛ ପାନୀୟ ଜଳ

By Angul TV Bureau

September 17, 2022

ଅନୁଗୁଳ : ଆଜି ବିଶ୍ୱକର୍ମା ପୂଜାରେ ବଅଁରପାଳ ବ୍ଲକ ଫୁଲପଡା ପଞ୍ଚାୟତରେ ଆରମ୍ଭ ହୋଇଛି ବସୁଧା ଯୋଜନା। ଫଳରେ ଲୋକଙ୍କ ଘରେ ପହଞ୍ଚିବ ବିଶୁଦ୍ଧ ପିଇବା ପାଣି। ଏଣିକି ଲୋକମାନେ ଆଉ ପାଣି ପାଇଁ ଅସୁବିଧା ଭୋଗିବେନି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲପଡ଼ା ସରପଞ୍ଚ ସୁଦେଷ୍ଣା ଗଡ଼ନାୟକ ପହଞ୍ଚି ସୁଇଚ୍ ମାରି ଜଳ ଯୋଗାଣ ପ୍ରକଳ୍ପ ଶୁଭାରମ୍ଭ କରିଥିଲେ।

ଫୁଲପଡା ପଞ୍ଚାୟତର ପ୍ରତ୍ୟେକ ଲୋକ ବିଶୁଦ୍ଧ ପାନୀୟ ଜଳ ପାଇ ପାରିବେ। ବାକି ଥିବା କାର୍ଯ୍ୟ ତୁରନ୍ତ କରାଯାଇ ସମ୍ପୂର୍ଣ୍ଣ ହେବ ବୋଲି ଠିକାଦାର ସୂଚନା ଦେଇଛନ୍ତି। ଏ ଅବସରରେ ସରପଞ୍ଚ କହିଛନ୍ତି ଯେ କେହି ଜଣେ ବି ଯେମିତି ପାନୀୟ ଜଳ ସମସ୍ୟା ନ ଭୋଗିବ ସେଥିପ୍ରତି ଦୃଷ୍ଟି ଦେବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ହୋଇଛି। ଏବେ ସମସ୍ତେ କେମିତି ସୁବିଧାରେ ସ୍ୱଚ୍ଛ ଜଳ ପାଇବେ ତା ଉପରେ ଗୁରୁତ୍ୱ ଦିଆଯାଉଛି।