ଅନୁଗୋଳ: ସଦର ଥାନା ଅଧୀନ ୫୫ ନଂ ଜାତୀୟ ରାଜପଥ ନିକଟ ମୂଷାପାପୁଲି ଅଞ୍ଚଳରେ ଛିଡା ହୋଇଥିବା ଏକ ଟ୍ରକରୁ ଗୋଟିଏ ବ୍ୟାଟେରି ଓ ୪ଟି ୟୁପିଏସ୍ ଚୋରି ହୋଇଛି। ଚୋରି ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।ସୂଚନା ଅନୁସାରେ,କଟକ-ଟାଙ୍ଗୀ ଅଞ୍ଚଳରୁ ଟ୍ରକଟି ଛତିଶଗଡ଼କୁ ଯାଉଥିଲା। ଗତକାଲି ରାତିରେ ମୂଷାପାପୁଲି ନିକଟରେ ଗାଡି ରଖି ଡ୍ରାଇଭର ଶୋଇଥିବା ବେଳେ ଚୋରି ହୋଇଥିବା ସଦର ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।