ଅନ୍ୟାନ୍ୟ

ବାତ୍ୟା ପାଇଁ ଟୀକା ସୁରକ୍ଷା ଉପରେ ଗୁରୁତ୍ତ୍ୱ

By Biswaranjan Pattnaik

December 03, 2021

ଅନୁଗୁଳ: ଡିସେମ୍ବର ୩ ତାରିଖ ରାତିରେ ସମ୍ଭାବ୍ୟ ବାତ୍ୟାର ବେଗ ବଢିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ରାଜ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସବୁ ମୁଖ୍ୟ ଚିକିତ୍ସାଳୟ ତଥା ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି। ବାତ୍ୟା ସମୟରେ ବିଦ୍ୟୁତ ଚାଲିଯିବାର ସମ୍ଭାବନା ଥିବାରୁ ପାୱାର ବ୍ୟାକଅପର ବ୍ୟବସ୍ଥା, ରୁଟିନ ଟୀକାକରଣ ବ୍ୟବସ୍ଥା ସହ ଆଇସ ପ୍ୟାକ୍ ମହଜୁଦ ରଖିବାକୁ କୁହାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଟୀକା ରହୁଥିବା ଫ୍ରିଜ଼ରର ସର୍ବନିମ୍ନ ତାପମାତ୍ରା କମ ବେଶୀ ହେଲେ ଟୀକାର ମାନ ହ୍ରାସ ପାଇଥାଏ। ଏହାଛଡା ଟୀକାକରଣ ସହ ଜଡିତ ସମସ୍ତ କର୍ମଚାରୀ ହାଏ ଆଲର୍ଟ ରହିବାକୁ ନିର୍ଦେଶ ଦିଆଯାଇଛି ।