ଅନ୍ୟାନ୍ୟ

ବଜାର ଛକ ଲକ୍ଷ୍ମୀ ନାରାୟଣ ପୂଜା କମିଟିର କର୍ମକର୍ତ୍ତା ଚୟନ, ପୁଣି ସଭାପତି ହେଲେ ସୁଧୀର ରଞ୍ଜନ ସାହୁ

By Angul TV Bureau

August 31, 2024

ଅନୁଗୁଳ: ସ୍ଥାନୀୟ ଶଙ୍କର ସିନେମା ରୋଡ଼ ସ୍ଥିତ ରାଣୀ ସତୀ ମନ୍ଦିର ପ୍ରାଙ୍ଗଣରେ ବଜାର ଛକ ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ପୂଜା କମିଟିର ପ୍ରସ୍ତୁତି ବୈଠକ ଶୁକ୍ରବାର ଆୟୋଜିତ ହୋଇଛି। କମିଟିର ବରିଷ୍ଠ ସଦସ୍ୟ ସୁମିତ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଚନ୍ଦ୍ରକାନ୍ତ ଧଳ ଗତ ବର୍ଷ ପୂଜାର ଆୟ ବ୍ୟୟ ସଂକ୍ରାନ୍ତରେ ବିବରଣୀ ଉପସ୍ଥାପନ କରିଥିଲେ।

ଏ ଅବସରରେ ପୂଜା କମିଟିର କର୍ମକର୍ତ୍ତା ଚୟନ କରାଯାଇଥିଲା। ଚଳିତ ବର୍ଷ ମଧ୍ୟ ପୁଣି ଥରେ ସଭାପତି ଭାବେ ସୁଧୀର ରଞ୍ଜନ ସାହୁ, ସାଧାରଣ ସମ୍ପାଦକ ଭାବରେ ଚନ୍ଦ୍ରକାନ୍ତ ଧଳ ଏବଂ କୋଷାଧ୍ୟକ୍ଷ ଭାବେ ବ୍ରଜବନ୍ଧୁ ଦେହୁରୀଙ୍କୁ ସର୍ବ ସମ୍ମତି କ୍ରମେ ନିର୍ବାଚିତ କରାଯାଇଛି। ସେହିପରି ଉପସଭାପତି ଭାବେ ଶେଖ ରଫିକ ଓ କମଲେଶ ବର୍ମା, ସହ ସମ୍ପାଦକ ଭାବେ କପିଲ ଫୋଗଲାଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। କାର୍ଯ୍ୟକ୍ରମକୁ କମିଟିର ବରିଷ୍ଠ ସଦସ୍ୟ ନିଝାର ଅଲ୍ଲୀ ଦାମାନୀ ପରିଚାଳନା କରିଥିଲେ।